#MeToo ଭୟରେ ରାଜନୈତିକ ଦଳ : ପାଖେଇ ଆସୁଛି ନିର୍ବାଚନ, ଟିକିନିଖି ଯାଞ୍ଚ ହେଉଛି ସବୁ ଆଶାୟୀ ବାୟୋଡାଟା

ଭୁବନେଶ୍ବର :  #MeToo ଖାଇଗଲା ଆକ୍‌ବରଙ୍କ ଗାଦି। ଏମ୍‌ ଜେ ଆକବରଙ୍କ ମନ୍ତ୍ରୀ ପଦ ଯିବା ପରଠାରୁ, ସବୁ ଦଳ ସତର୍କ। କାରଣ ଆଗକୁ ନିର୍ବାଚନ। ସବୁ ଦଳ ଏବେ ଆଶାୟୀ ପ୍ରାର୍ଥୀ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କାହା ନାଁରେ ରହିଛି, ମହିଳାଙ୍କ ପ୍ରତି ଅସଦାଚରଣ, ନିର୍ଯାତନା,ଦୁଷ୍କର୍ମ, ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ? ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। ମହିଳା ବିରୋଧୀ ସଂଗୀନ ଅଭିଯୋଗ ଥିବ ବ୍ୟକ୍ତିଙ୍କୁ ଟିକେଟ ମିଳିବା ଆଶା କ୍ଷୀଣ । ସବୁ ଦଳ ଏଭଳି ଅଭିଯୋଗକୁ ଗୁରୁତର ସହ ନେବା ସହ ଆଶୟୀଙ୍କ ଉପରେ କଡ଼ା ନଜର ରଖିଛନ୍ତି।

ଓଡିଶାରେ ୨୦୧୪ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କୁ ଦେଇଥିବା ସତ୍ୟାପାଠରୁ ଜଣା ପଡିଛି, ୩୯ ଜଣଙ୍କ ନାଁରେ ମହିଳାଙ୍କ ପ୍ରତି ଅସଦାଚରଣ ଭଳି ସଂଗୀନ ଅଭିଯୋଗ ଥିଲା। ବର୍ତ୍ତମାନ ଥିବା ୬ ବିଧାୟକଙ୍କ ନାଁରେ ମଧ୍ୟ ଏଭଳି ଅଭିଯୋଗ ରହିଛି। ଏଡିଆର ଏବଂ ଇଲେକସନ୍‌ ଓ୍ଵାଚ୍‌ର ବିଶ୍ଲେଷଣରୁ ଏହା ଜଣାପଡିଛିା ନିର୍ବାଚନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥିବା ଆଶାୟୀଙ୍କୁ ପ୍ରାର୍ଥୀ ନ କରିବାକୁ ରାଜନୈତିକ ଦଳଙ୍କୁ ନିବେଦନ କରିଛନ୍ତି ସ୍ୱେଚ୍ଛାସେବୀ।

ରାଜନୈତିକ ଦଳ ଏବେ ବେଶ ସତର୍କ। କାହା ନାଁରେ ବିଧିବିଦ୍ଧ ଅଭିଯୋଗ ହୋଇ ନଥିଲେ ମଧ୍ୟ, ତାଙ୍କ ନାଁରେ ଯଦି ମହିଳାଙ୍କୁ ନେଇ ଅସଦାଚରଣ କଥା ଚର୍ଚ୍ଚା ବି ହୁଏ ତେବେ ତାଙ୍କୁ ପ୍ରାର୍ଥୀ ନକରିବାକୁ ଦଳଗୁଡିକ ବିଚାର କରୁଛନ୍ତି। ରାଜ୍ୟ କିମ୍ବା ଦେଶ ବାହାରୁ ମଧ୍ୟ ଯଦି କୌଣସି ମହିଳା ଆଶାୟୀଙ୍କ ବିରୋଧରେ ଅଭିଯୋଗ ଆଣନ୍ତି ତେବେ ସେମାନଙ୍କୁ ମଧ୍ୟ ଟିକେଟ୍‌ ମିଳିବା ସମ୍ଭାବନା କ୍ଷୀଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.