ବିଳମ୍ବିତ ରାତିରେ ଘର ଉପରକୁ କାଚ ଫୋପାଡ଼ିଲେ ଦୁର୍ବୃତ୍ତ, ଭୟଭୀତ ଅବସ୍ଥାରେ ଅଛନ୍ତି ପରିବାର

ରାତି ଅଧରେ ଘର ଉପରକୁ କେହି କାଚ ବୋତଲ ଫୋପାଡ଼ିଲା । ଘରେ ଥିବା ସଦସ୍ୟମାନେ ଘରୁ ଡରରେ ବାହାରିଲେନି । କାଳେ କିଏ ଥିବେ ଆଉ ତାଙ୍କୁ ଆକ୍ରମଣ କରିବ । ସେହି ଭୟରେ ଘରେ ଡରି ଡରି ରହିଲେ । ରାତି ସାରା କାହା ଆଖିରେ ନିଦ ନାହିଁ । ଆଉ ସକାଳୁ ଉଠି ଦେଖିଲା ବେଳକୁ ଘର ଆଗରେ ଭଙ୍ଗା କାଚ ବୋତଲ ପଡ଼ିଛି । ଘରେ ଥିବା ସାର ବସ୍ତାକୁ କାଟି କରି ନଷ୍ଟ କରାଯାଇଛି । ଏସବୁ ଦେଖି ଘର ଲୋକଙ୍କ ଭୟ କହିଲେ ନସରେ । ସଙ୍ଗେ ସଙ୍ଗେ ଥାନାରେ ପହଞ୍ଚିଲେ ପରିବାର ଲୋକେ । ଥାନାରେ ଅଭିଯୋଗ ମଧ୍ୟ କଲେ । କିନ୍ତୁ କିଏ ଏମିତି କାଣ୍ଡ ଘଟାଇଛି ତାହା ଏବେ ବି ଅସ୍ପଷ୍ଟ  ।

ତେବେ ଘରେ କେହି ପୁରୁଷ ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଘରର କବାଟ ଭାଙ୍ଗିବା ସହ ଚାଷ ପାଇଁ ଆସିଥିବା ସାର ବସ୍ତାକୁ ନଷ୍ଟ କରିଛନ୍ତି ଦୁର୍ବୃତ୍ତ । ଏହା ସହ ଘର ଉପରକୁ କାଚ ବୋତଲ ଫିଙ୍ଗିଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ  ବଡାଶ ଗାଁରେ ସମ୍ଭୁନାଥ ରାଉତଙ୍କ ସହ ପଡୋଶୀ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଥାନାରେ ଉଭୟ ପକ୍ଷରୁ ଏତଲା ହୋଇ ଥିଲା । ତେବେ  ଘରେ କେହି ପୁରୁଷ ନଥିବା ବେଳେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ସମ୍ଭୁନାଥ ଏବଂ ତାଙ୍କ ଭାଇଙ୍କ ଘର କବାଟ ଭାଙ୍ଗି ସାର ବସ୍ତାକୁ ନଷ୍ଟ କରିବା ସହ କାଚ ବୋତଲ ଫିଙ୍ଗିଛନ୍ତି ।

ଚାଷ ପାଇଁ ଆସିଥିବା ସାର ବସ୍ତା ଏବଂ କିଛି କୀଟ ନାଶକ ଔଷଧକୁ ନଷ୍ଟ କରିଛନ୍ତି ଦୁର୍ବୃତ୍ତ । ତେବେ ଗତ କାଲି ରାତିରେ ଘର ଆଗରେ ବୁଲାବୁଲି କରିବା ସହିତ ଘର ପାଖରେ ଥିବା ଏକ ପାନ ଦୋକାନରେ କିଛି ଯୁବକ ଖଟି କରୁଥିବାର କିଛି ଗ୍ରାମବାସୀ ଦେଖିଥିବା କହିଛନ୍ତି । ଏନେଇ ସମ୍ଭୁନାଥଙ୍କ ସମ୍ପର୍କୀୟ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଘର ଉପରେ ଏମିତି କାଚ ବୋତଲ ଭିଙ୍ଗିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ଘର ଲୋକେ । ଦୁର୍ବୃତ୍ତଙ୍କୁ ତୁରନ୍ତ ଧରିବା ପାଇଁ ଘର ଲୋକେ ଦାବି କରିଛନ୍ତି ।

You might also like