ମଧ୍ୟାହ୍ନ ଭୋଜନ ଚାଉଳରେ ହେରାଫେରି !

କଟକ : ମଧ୍ୟାହ୍ନ ଭୋଜନ ଚାଉଳକୁ ବେଆଇନ ଭାବେ ଅନ୍ୟ ଏକ ସ୍ଥାନରେ ଗଚ୍ଛିତ ରଖିବା ଅଭିଯୋଗରେ ଚଢ଼ାଉ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ । ଖବର ପାଇଁ ସାଲେପୁର ବିଡିଓ, ଯୋଗାଣ ବିଭାଗ ଅଧିକାରୀ, ସାଲେପୁର ବିଇଓ ଠିକା ସଂସ୍ଥା ମହଜୁତ ରଖାଯାଇଥିବା ସ୍ଥାନରେ ଚଢ଼ାଉ କରିଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ଗୋଦାମରୁ ଆସିଥିଲା ୯୭୦ ବସ୍ତା ଚାଉଳ । ଚଢ଼ାଉ ବେଳେ ସେଠାରେ ୬୧୦ ବସ୍ତା ଚାଉଳ ଥିବା ଦେଖିବାକୁ ପାଇଥିଲେ । ତେବେ ବଳକା ୩୬୦ ବସ୍ତା ନ ମିଳିବା ଓ ବେଆଇନ୍ ଭାବରେ ଅନ୍ୟତ୍ର ଗଚ୍ଛିତ ରଖିବା ଅଭିଯୋଗରେ ସଂପୃକ୍ତ ଠିକା ସଂସ୍ଥା ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.