ମାଲକାନଗିରି: ପୁଣି ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ,୪ ଆହତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଚମ୍ପାଖାରୀ ନିକଟରେ ସଡ଼କ ଦୁର୍ଘଟଣା। ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଭାରସାମ୍ୟ ହରାଇ ଓଲଟିଲା। ଦୁର୍ଘଟଣା ରେ ୪ ଆହତ। ସମସ୍ତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ ରେ ୨୭ ଜଣ ଶ୍ରମିକଙ୍କ ସହ ୨ ଜଣ ଡ୍ରାଇଭର ଥିଲେ। ଏହି ବସଟି ସୋନପୁରରୁ ତାମିଲନାଡୁର ତ୍ରିଚୁର ଜିଲ୍ଲାକୁ ଯାଉଥିଲା। ଏହି ଶ୍ରମିକ ସବୁ ଏକ ସୁତା କଳକୁ କାମ କରିବାକୁ ଯାଉଥିଲେ। ଏହି ଦୁର୍ଘଟଣାରେ ୪ ଜଣ ଆହତ ଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଜଣା ପଡିଛି ।