ଭଦ୍ରକ : ଦାଦନରୁ ଓଏଏସ୍ । ବିନା କୋଚିଂରେ ପାଇଲେ ସଫଳତା । ପୁଣି ପ୍ରଥମ ଚେଷ୍ଟାରେ । ୨୦୦୩ରେ ମ୍ୟାଟ୍ରିକ ପାସ୍ ପରେ ଯୁକ୍ତ ୨ ପରେ ଆଉ ପଢ଼ିନଥିଲେ । କାରଣ ଅର୍ଥ ବାଧମ ସାଜିଲା ସେଥିପାଇଁ ଚାଲିଗଲେ ଦାଦନ ଖଟିବାକୁ । ତେଣୁ ହାଇଦ୍ରାବାଦ୍ ବେଙ୍ଗାଲୁରୁ ସୁରତ ଯାଇ ଦାଦନ ଖଟିଲେ । ଆଉ ୬ ବର୍ଷ ଦାଦନ ଖଟିବା ପରେ ପୁଣି ଘରକୁ ଫେରି ଅଧାରୁ ଛାଡିଥିବା ପାଠକୁ ଆରମ୍ଭ କଲେ । ଭଦ୍ରକ ତିହିଡି କଲେଜରେ ଯୁକ୍ତ ଦୁଇ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ପଢ଼ିଥିଲେ । ୨୦୧୬ରେ ବାଣିବିହାରରେ ଅର୍ଥନୀତିରେ ପିଜି କଲେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ନିଜ ପତ୍ନୀଙ୍କୁ ସରପଞ୍ଚ ଲଢ଼ା ନିଜେ ଲୋକଙ୍କ ସହିତ ରହିବାରୁ ବାଣି ବିହାରରେ ପିଜି ଆଉ ପାଢ଼ି ପାରିନଥିଲେ । ୨୦୨୨ରେ ମଧୁସୂଦନ ଲ କଲେଜରେ ନାଁ ଲେଖାଇଥିଲେ । ଥାର୍ଡ ସେମିଷ୍ଟାର ଚାଲୁଥିବାବେଳେ ବିନା କୋଚିଙ୍ଗରେ ସୋସିଆଲ ମିଡିଆରୁ ପଢ଼ି ଓଏଏସ ପାଇଛନ୍ତି ।
ଓଡିଶା ପ୍ରସାସନିକ ସେବାରେ ପ୍ରଥମ ଚେଷ୍ଟାରେ ଓଏଏସ କ୍ଲିୟର କଲେ ଜଣେ ଦିନ ମଜୁରିଆ । ହଁ ଦୀନ ମଜୁରୀଆରୁ ଓଏଏସ ଅଧିକାରୀ ଚକ୍ରଧର ମଳିକ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଘଟଣାଟି କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ । ବିଗତ ଦିନରେ ଜଣେ ଦୀନ ମଜୁରିଆ ଭାବେ ବିଭିନ୍ନ ରାଜ୍ୟରେ କାମ କରିଥିବା ଯୁବକ ଆଜି ଓଡିଶା ପ୍ରଶାସନିକ ସେବା ହେବାକୁ ଯାଉଛନ୍ତି । ଏଭଳି ଚର୍ଚ୍ଚିତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅଧିନ ଦକ୍ଷିଣପାରି ଗାଁର ଆନନ୍ଦ ମଳିକଙ୍କ ପୁଅ ଚକ୍ରଧର ମଳିକ, ବୟସ ୩୬ । ଇଛା ଶକ୍ତି ଓ ଦୃଢ ମନୋବଳ ଆଜି ତାଙ୍କୁ ଏହି ପାହାଚରେ ପ୍ରବେଶ କରିପାରିଛି । କଠିନ ପରିଶ୍ରମ, ପିତାମାତାଙ୍କ ଆଶିର୍ବାଦ, ସହଧର୍ମିଣୀଙ୍କ ସହଯୋଗ ଓ ଗାଁ ଭାଇଭଉଣୀଙ୍କ ଭଲପାଇବା ତାଙ୍କୁ ଏହି ସୋପାନରେ ପହଁଞ୍ଚାଇ ପାରିଥିବା କହିଛନ୍ତି ।
ବୟସ ଓ ସାଂସାରିକ ତାଙ୍କ ଚଲା ପଥରେ କୌଣସି ପ୍ରଭାବ ପକାଇ ପାରିନାହିଁ । ପିଲାଦିନରୁ ଅଭାବ ଅନାଟନରେ ବଢିଥିଲେ । ୨୦୦୩ ମସିହାରେ ସ୍ଥାନୀୟ ବାସୁଳୀ ହାଇସ୍କୁଲରୁ ମ୍ୟାଟ୍ରିକ୍ ପାଶ କରି ଭଦ୍ରକ କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ । ମାତ୍ର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଚଲାପଥକୁ ଦୋହଲାଇ ଦେଇଥିଲା । ପଢାରେ ଡୋରୀ ବାନ୍ଧି ୨୦୦୬ ମସିହାରେ ରାଜ୍ୟ ବାହାରକୁ ରୋଜଗାର କରିବା ଲାଗି ବାହାରି ଯାଇଥିଲେ । ୨୦୧୧ ମସିହା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ କାମଧନ୍ଦା କରି ପରିବାରକୁ ସହଯୋଗ କରିଥିଲେ । କିଛି ଅର୍ଥ ସଂଚୟ କରି ପୂନର୍ବାର ତିହିଡି ଯୁକ୍ତଦୁଇ କଲେଜରୁ ପାଶ କରିଥିଲେ । ପରେ ୨୦୧୬ ମସିହାରେ କଟକ ରେଭେନ୍ସା କଲେଜରୁ ଯୁକ୍ତତିନି ପାସ କରିଥିଲେ । ୨୦୧୭ ମସିହାରେ ବାଣୀବିହାରରେ ପିଜିରେ ନାମ ଲେଖାଇଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନରେ ତାଙ୍କ ଧର୍ମପତ୍ନୀଙ୍କୁ ପ୍ରାର୍ଥିତ୍ୱ ପ୍ରଦାନ କରାଯାଇଥିବାରୁ ଗାଁକୁ ଫେରି ଆସିଥିଲେ । ପଞ୍ଚାୟତବାସୀଙ୍କ ଆଶିର୍ବାଦରେ ତାଙ୍କ ଧର୍ମପତ୍ନୀ ବିଜୟୀ ହୋଇଥିଲେ ।
୫ ବର୍ଷ କାଳ ପଞ୍ଚାୟତବାସୀଙ୍କ ସେବାରେ ନିୟୋଜିତ ହୋଇ ସାମାଜିକ କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ କରିଥିଲେ ଥିଲେ ହେଁ ପାଠ ପଢିବାର ମନୋବଳ ହରାଇନଥିଲେ । ପୂନଶ୍ଚ ୨୦୨୨ ମସିହାରେ ମଧୁସୂଦନ ଆଇନ୍ କଲେଜରେ ନାମ ଲେଖାଇଥିଲେ । ସେଠାରେ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ହେଉଥିଲେ ଏବଂ ବିନା କୋଚିଂରେ ପ୍ରଥମ ଥରରେ ସେ କୃତକାର୍ଯ୍ୟ ହୋଇଥିବା କହିଛନ୍ତି । ଗାଁକୁ ଫେରିବା ପରେ ତାଙ୍କୁ ମିଳୁଛି ବିପୁଳ ସମ୍ବର୍ଦ୍ଧନା ।
ରୁ ନରେନ୍ଦ୍ର ସାମଲଙ୍କ ରିପୋର୍ଟ କେନ୍ୟୁଜଓଡିଶା