ରାଜ୍ୟ

କରୋନା ଲକଡାଉନରେ ଘର ବାହୁଡା, ବାଇକରେ ସ୍ତ୍ରୀ ଆଉ ଝିଅଙ୍କୁ ଧରି ୩୦୦୦କିମି ଯାତ୍ରା କଲେ ବ୍ୟକ୍ତି

ବାଲେଶ୍ଵର (କେନ୍ୟୁଜ) : କରୋନା ଯନ୍ତ୍ରଣା ଏବେ ସାରା ବିଶ୍ଵକୁ ଘାରିଛି । କିଏ ନିଜ ଆତ୍ମୀୟଙ୍କୁ ହରାଇ ବସିଲାଣି ତ କିଏ ନିଜ ବୃତ୍ତିକୁ ହରାଇଲାଣି । ଅନେକ ଏବେ ଅନୋନ୍ୟପାୟ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଅନେକ ଏବେ ନିଜ ଘର ମୁହାଁ ହେଉଥିବା ଦେଖିବାକୁ ମିଳିଛି । କିଏ ପାଦରେ ଚାଲି ଚାଲି ଘରକୁ ଫେରୁଛି ତ କିଏ ଟ୍ରକ୍, ବାଇକ୍ ଓ ସାଇକେଲରେ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ପ୍ରବାସୀ ମାନେ ଘର ବାହୁଡ଼ା ହେଉଥିବା ବେଳେ ହଜାର ହାଜର ରାସ୍ତା ଅତିକ୍ରମ କରି ନିଜ ନିଜ ଜିଲ୍ଲା ଓ ରାଜ୍ୟକୁ ଫେରୁଛନ୍ତି।

ଆଜି ବାଲେଶ୍ଵର ଜାତୀୟ ରାଜପଥ ୬୦ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁ ଦୃଶ୍ୟ କି କରୋନାର କରୁଣ ପରିଣତି କହିଲେ ଅତ୍ୟୁକ୍ତି ହେବ ନାହିଁ। କରୋନା ସଙ୍କଟ ଭିତରେ ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ ଜଣେ ବୃତ୍ତି ହରା ମଣିଷର ନିଜ ଜନ୍ମ ମାଟିକୁ ପ୍ରତ୍ୟାବର୍ତ୍ତନ ଚିତ୍ର ଥିଲା ନିଆରା । ହାତରେ ବାଇକ୍ ମନରେ ଅଦମ୍ୟ ସାହସ ଆଉ ନିଜ ଜନ୍ମମାଟିକୁ ଫେରିବାର ସଂକଳ୍ପ । ବାଇକରେ ଯେଭଳି ପୂରା ପରିବାର ସହ ଆସବାବପତ୍ରରେ ଭରପୂରା । ଆସାମର କମରୁଲ ଇସ୍ଲାମ ସାଙ୍ଗରେ ଥିଲେ ପତ୍ନୀ ଓ ଛୋଟିଆ ଝିଅ । କମରୁଲ ବୃତ୍ତିରେ ଜଣେ ଟ୍ୟାକ୍ସି ଡ଼୍ରାଇଭର । କର୍ମ ଅନୁସନ୍ଧାନରେ ଆସାମରୁ ଚେନ୍ନାଇ ଯାଇଥିଲେ । ନିଜ ପରିବାର ସହ ଚେନ୍ନାଇରେ ଏକ ଛୋଟିଆ ଘରେ ଭଡ଼ାରେ ରହୁଥିଲେ ।

ଲକ୍ ଡାଉନ ହେଲା ଠପ୍ ହୋଇଗଲା ସବୁକିଛି । ନିସ୍ତବ୍ଧ, ଖାଁ ଖାଁ ଓ ଶୂନ୍ୟତା ଭିତରେ କମରୁଲ୍ ନିଜ ବୃତ୍ତି ହରାଇଲେ । ଟ୍ୟାକ୍ସି ନ ଚାଲିବାରୁ ମାଲିକ ଦେଲେନି ଦରମା ଅନ୍ୟପଟେ ଘରଭଡ଼ା ପାଇଁ ପାଖରେ ୪୦୦୦ ଟଙ୍କା ନଥିବାରୁ ବାଧ୍ୟ ହୋଇ ଘର ଛାଡ଼ି ଦେଲେ । ଶେଷ ଆଶା ଥିଲା ଘରକୁ ଫେରିବା । ତାହା ହିଁ ହେଲା ।

କିଲୋମିଟର ପରେ କିଲୋମିଟର ଅତିକ୍ରମ କରି ଆସିଛନ୍ତି ସେ ଜୁନ୍ ୧୦ ତାରିଖରୁ ଯାତ୍ରା ଆରମ୍ଭ କରିଥିଲେ। ଚେନ୍ନାଇରୁ ଆସାମର ନାଉଗାଁ ଜିଲ୍ଲା ପାଖାପାଖି ୩୦୦୦ କିଲୋମିଟର ରାସ୍ତା । ଦିନେ ନିଜେ ଚାଳକ ହୋଇ ଯାତ୍ରୀ ଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିଲେ । ଆଜି ବି ସେ ଚାଳକ କିନ୍ତୁ କେହି ଯାତ୍ରୀ ନାହାନ୍ତି ନିଜ ପରିବାରକୁ ନେଇ ତାଙ୍କୁ ଯିବାକୁ ହେବ ଅନେକ ଦୂର ପୁଣି ସୁରକ୍ଷିତରେ ।

Pritiparna

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

11 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

13 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

14 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

37 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago