ଭଦ୍ରକ: ସଂଗରୋଧ କେନ୍ଦ୍ରରେ ଅବହେଳା ଯୋଗୁ ରାସ୍ତା ଅବରୋଧ କଲେ ପ୍ରବାସୀ ଓଡିଆ

ଭଦ୍ରକ(କେନ୍ଯୁଜ୍): ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ରାସ୍ତାରେ ବସିଲେ । ପଂଚାୟତରେ ଥିବା ୨ଟି କ୍ବାରେଣ୍ଟିନ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ୭ଦିନରୁ ଅଧିକ ଦିନ ଧରି ସେମାନେ କ୍ବାରେଣ୍ଟିନରେ ରହିଛନ୍ତି । ଏହା ଭିତରେ ସେମାନଙ୍କୁ ବ୍ୟବହାର କରିବାକୁ ସାବୁନ, ସାନିଟାଇଜର, ବାଲଟି, ମଶା ଧୂପ ଆଦି ସାମଗ୍ରୀ ଦିଆଯାଉନାହିଁ । ଏପରିକି ଅନେକ ପ୍ରବାସୀ ଖଟିଆ ନପାଇବାରୁ ମଧ୍ୟ ତଳେ ଶୋଇ ରହୁଛନ୍ତି ।

ସୂଚନା ମୁତାବକ ଏପରି ଅବ୍ୟବସ୍ଥା ସମ୍ପର୍କରେ ସେମାନେ ନୋଡାଲ ଅଫିସର ପାଖରୁ ସରପଞ୍ଚଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି । ଏପରିକି ସରପଞ୍ଚ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଫଳରେ ବାଧ୍ୟ ହେଇ ସେମାନେ କ୍ବାରେଣ୍ଟିନ ଛାଡି ମୁଖ୍ୟ ରାସ୍ତା ଉପରେ ବସି ରହିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଓ ବିଡ଼ିଓ ପହଂଚି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଉଠିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.