ନୀଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା, ଶୀତର ପହିଲି ସ୍ପର୍ଶରେ ଆସିଲେଣି ନୂଆ ଅତିଥି

ଟାଙ୍ଗୀ(କେନ୍ଯୁଜ୍): ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଆପଣତ ଜାଣିଛନ୍ତି ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କ ସମାରୋହ ପର୍ଯ୍ୟଟକଙ୍କ ମନକୁ ବେଶ୍ ମୁଗ୍ଧ କରିଥାଏ । ଏହି ପକ୍ଷୀ ମାନଙ୍କୁ ଦେଖିବା ପାଇଁ ଦେଶ ବି ଦେଶରୁ ପକ୍ଷୀବିଶାରଦ, ପକ୍ଷୀ ପ୍ରେମୀ ଓ ପର୍ଯ୍ଯଟକ ମାନଙ୍କ ଭିଡ ଲାଗେ ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁଚିଲିକା ବନ୍ଯପ୍ରାଣୀ ବିଭାଗ, ବାଲୁଗାଁ ପକ୍ଷରୁ ବ୍ଯପକ ସରୁକ୍ଷା ବ୍ଯବସ୍ଥା କରାଯାଇଛି । ବାଲୁଗାଁ ଡିଭିଜନ ଅଧିନ ୫ଟି ରେ ଯଥା ଟାଙ୍ଗୀ ରେ -୧୧ଟି ,ବାଲୁଗାଁ ରେ -୪ଟି , ଚିଲିକା ନୂଆପଡା ରେରେ -୧ଟି , ରମ୍ଭା ରେ -୨ଟି , ସାତପଡା ରେ -୨ଟି ଏବଂ ସ୍କାଡ ମୋବାଇଲ୍‌ ଟିିମ୍‌ -୧ଟା । ଏଭଳି ମୋଟ ୨୧ଟି ଅସ୍ଥାୟୀ ଶିବିର କରାଯାଇ ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ୭୦ରୁ ଉର୍ଦ୍ଧ ଅସ୍ଥାୟୀ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ସହ ବନ୍ଯପ୍ରାଣୀ ବିଭାଗର ଜଣେ ଜଣେ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ପେଟେ୍ରୋଲିଙ୍ଗ କରି ପକ୍ଷୀ ସୁରକ୍ଷା ଦେବା ସହ ପ୍ରତିଦିନ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଗଣନା କରି ପ୍ରତିଦିନ ରିପୋର୍ଟ କାର୍ଯ୍ଯାଳୟରେ ପ୍ରଦାନ କରନ୍ତି । ଚଳିତ ମାସ ୪ତାରିଖରୁ ପ୍ରତିଦିନ ଗଣନା ଅନୁସାରେ ଗତକାଲି ଅର୍ଥାତ୍ ୨୧/୧0/୨୧ ତାରିଖ ସୁଦ୍ଧା ଚିଲିକାକୁ ୬୨ ପ୍ରଜାତିର ମୋଟ ୨୩,୭୦୦ ବିଦେଶି ପକ୍ଷୀ ଆସିଛନ୍ତି ।

Migratory-Birds

ଏପଟେ ଚିଲିକା ମଙ୍ଗଳାଯୋଡି ପକ୍ଷୀ ଅଭୟାରନ୍ଯରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କର ଶୁଭିଲାଣି କିଚିରି ମିଚିର ଶଦ୍ଧ । ଶୀତ ଦିନେ ହଜାର ହଜାର ମାଇଲରୁ ପକ୍ଷୀମାନେ ଉଡି ଆସନ୍ତି ଚିଲିକା ବକ୍ଷକୁ । ଚଳିତ ଫେରାଗୁନ ଫାଲକୁନୀ, ଗ୍ରେ ହେରେନ୍‌, ପ୍ଲିଟେନ୍‌, ଗଡଓ୍ଯାଲ,ବିଲଡକ୍‌ ପରି ୬୨ପ୍ରଜାତୀରୁ ଉର୍ଦ୍ଧ ପକ୍ଷୀ ଚିଲିକାକୁ ଆସିଲେଣି । କିନ୍ତୁ ଆରବ ସାଗରରେ ବାତ୍ଯା ଓ ଲଘୁଚାପ ପ୍ରବାବ ପାଇଁ ପକ୍ଷୀ ଆସିବାରେ ବିଳମ୍ବ ହୋଇଛି । ଏବେ ପାଗ ଅନୁକୂଳ ଅଛି ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ଚିଲିକାରେ ପକ୍ଷୀ ଭରପୁର ହୋଇଯିବ ।

ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା… । ସତରେ ସୌନ୍ଦର୍ଯ୍ଯ ପ୍ରେମୀ କବିଙ୍କ ଏ ଉକ୍ତି ଶୀତ ଋତୁରେ ଚିଲିକାରେ ଆଜି ବି ଅନୁଭବ କରିହୁଏ। । ଶୀତ ଆସିବା ସହିତ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚିଲିକାର ଶାନ୍ତ ପରିବେଶ ବିଦେଶାଗତ ପକ୍ଷୀଙ୍କ କାକଳୀରେ ମୁଖରିତ ହୋଇଛି ।

ଚିଲିକାରୁ ମନୋଜ କୁମାର ନାଇଡୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.