କନ୍ଧମାଳ: ଆସିଲା ଶୀତ । କନ୍ଧମାଳ ଜିଲ୍ଲାରେ ସକାଳୁ ସକାଳୁ ହାଲୁକା ଶୀତ ଅନୁଭୂତ ହେଉଛି । ଜଙ୍ଗଲ ଏରିଆ ହୋଇଥିବାରୁ ଏବେ ଶୀତ ପଡ଼ିବା ସହ ରାସ୍ତା ଘାଟରେ କୁହୁଡ଼ି ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେବ ବର୍ଷା ଯିବା ପରେ ରାତି ଦଶଟାରୁ କୁହୁଡ଼ି ଆରମ୍ଭ ହୋଇ ସକାଳ ପ୍ରାୟ ଆଠଟା ପର୍ଯ୍ୟନ୍ତ ଜିଲ୍ଲାର ଚତୁଃପାର୍ଶ୍ୱରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ସମ୍ପୂର୍ଣ୍ଣ ଭାବେ ବର୍ଷା ଛାଡିଲେ ଆଗାମୀ ଦିନରେ ଆହୁରି ଶୀତ ଅଧିକ ଅନୁଭୂତ ହେବ ବୋଲି କହିଛନ୍ତି ଜିଲ୍ଲାବାସୀ ।
ଆହୁରି ପଢ଼ନ୍ତୁ : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ, ୧୨ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା