ରାଜ୍ୟ

ଗଛରୁ ବାହାରୁଛି କ୍ଷୀର, ଦେଖିବାକୁ ଲୋକଙ୍କ ଭିଡ଼

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗାଁରେ ଏବେ ଚର୍ଚ୍ଚା ଚାଲିଛି । ଏଠାରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ଲିମ୍ବ ଗଛରୁ ଏହି କ୍ଷୀର ବାହାରୁଛି।
ଗତକାଲି ସନ୍ଧ୍ୟା ସମୟରେ ଗାଁର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଆଜି ସକାଳୁ ଏହାକୁ ଦେଖିବାପାଇଁ ବହୁ ଲୋକଙ୍କ ଭିଡ ଜମିଛି। ତେବେ କାହିଁକି ଗଛରୁ ଆପେ ଆପେ କ୍ଷୀର ବାହାରୁଛି ତାହା ଜଣା ପଡିନଥିବା ବେଳେ କୌଣସି ଆଧ୍ୟାତ୍ମିକ କାରଣ ଯୋଗୁ ଏହି କ୍ଷୀର ବାହାରୁଥିବା ଗ୍ରାମବାସୀ ବିଶ୍ବାସ କରି ଲିମ୍ବ ଗଛକୁ ପୂଜାର୍ଚ୍ଚନା କରୁଛନ୍ତି।

ଅବଶ୍ୟ ଲିମ୍ବ ଗଛରୁ କ୍ଷୀର ଭଳି ପଦାର୍ଥ ବାହାରିବା କିଛି ନୂଆ କଥା ନୁହେଁ । ତେବେ ଏଭଳି ଆପେ ଆପେ ଏହି ଗଛରୁ କ୍ଷୀର ବାହାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେଣୁ ଲୋକେ ଭାବୁଛନ୍ତି ଏହା ଈଶ୍ୱରଙ୍କ ଲୀଳା । ଗଛର ମଧ୍ୟ ଭାଗରୁ ଏହି କ୍ଷୀର ବାହାରି ଗଛ ମୂଳ ଯାଏ ବହି ଆସୁଛି । ଗତ ରାତିରୁ ଏ ଘଟଣା ଜଣାପଡ଼ିବା ପରେ ଆଜି ଅନେକ ଲୋକ ଆସି ଏହି ଅଦଭୁତ ଲୀଳା ଦେଖିବାକୁ ଭିଡ଼ ଜମାଉଛନ୍ତି।

KNews Bureau

Recent Posts

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

21 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

51 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

52 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

2 hours ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 hours ago