ରାୟଗଡ଼ାର କୋଟିପତି ଡିଏଫ୍ଓଙ୍କର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ
ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କର ଘରୁ ଜବତ ହୋଇଛି ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା । ରେଡ୍ ବେଳେ ମିଳିଛି ପ୍ରାୟ ୬୫୦ ଗ୍ରାମ୍ ସୁନା ଅଳଙ୍କାର । ତାଙ୍କର ଗୋଟିଓ ଚାରି ଚକିଆ, ୨ଟି ଦୁଇଚକିଆ, ବ୍ୟାଙ୍କ ଓ ବୀମା ଜମା ଜବତ କରିଛି ଭିଜିଲାନ୍ସ।

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ରାୟଗଡ଼ାର କୋଟିପତି ଡିଏଫ୍ଓ ବିଜୟ କୁମାର ପରିଡା। ଯେତେ ଖୋଳିଲେ ସେତେ ବାହାରୁଛି । ଠାବ ହେଲାଣି ମାଳ ମାଳ ପ୍ଲଟ ଓ ଫ୍ଲାଟ୍ । ବିଜୟ କୁମାର ପରିଡାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁରର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ। କଟକରେ ଗୋଟିଏ ଚାରି ମହଲା ନିର୍ମାଣଧୀନ କୋଠା ରହିଛି । ଯାହାର ଦାମ୍ କୋଟିଏ ୮୦ ଲକ୍ଷ ଟଙ୍କା ହେବ । ସେହିପରି ଭୁବନେଶ୍ବର ପଳାଶୁଣୀରେ ୫ହଜାର ଶହେ ବର୍ଗଫୁଟର ଗୋଟିଏ ତିନି ମହଲା ବିଲଡିଂ ଅଛି ।
ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ।ଭୁବନେଶ୍ବର କଳାରାହାଙ୍ଗରେ ଅଛି ଗୋଟିଏ ଫ୍ଲାଟ । ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କର ଘରୁ ଜବତ ହୋଇଛି ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା । ରେଡ୍ ବେଳେ ମିଳିଛି ପ୍ରାୟ ୬୫୦ ଗ୍ରାମ୍ ସୁନା ଅଳଙ୍କାର । ତାଙ୍କର ଗୋଟିଓ ଚାରି ଚକିଆ, ୨ଟି ଦୁଇଚକିଆ, ବ୍ୟାଙ୍କ ଓ ବୀମା ଜମା ଜବତ କରିଛି ଭିଜିଲାନ୍ସ। ବିଜୟ କୁମାର ପରିଡାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡାରେ ସରକାରୀ ବାସଭବନ, ଅଫିସ ସମେତ ଖୋର୍ଦ୍ଧା,କଟକ, ଯାଜପୁରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।