କୋଟିପତି ହୋଇ ମଧ୍ୟ ବିତାଉଛନ୍ତି ଯାଯାବର ଜୀବନ, ଚର୍ଚ୍ଚାରେ ବାଲେଶ୍ବର ବିଲ୍ଡିଂର ମାଲିକ

ବାଲେଶ୍ବର(କେନ୍ୟୁଜ୍):  ପାଖରେ କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ହେଲେ ବିତାଉଛନ୍ତି ଜାଜାବର ଜୀବନ । ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏଭିଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନ ହେବ ସହରର ମୁଖ୍ୟ ସଡକ ଉପରେ ଝୁପୁଡ଼ି ଘରେ ଜୀବନ କାଟୁଥିଲେ ପରିବାର ।

baleswar 2

ବାଲେଶ୍ୱର ଟାଉନ ଥାନା ପୋଲିସ, ବାଲେଶ୍ୱର ପୌରପାଳିକା ଓ ସଦର ତହସିଲଦାର ପହଞ୍ଚି ରାସ୍ତାକଡ଼ରୁ ହଟାଇଛି । ସଂପୃକ୍ତ ପରିବାରର ବିରାଟ ଅଟାଳିକା ଥିବା ବେଳେ ତାକୁ ଭଡ଼ା ଦେଇ ସହରର ମୁଖ୍ୟ ରାସ୍ତା ଉପରେ କୁଡ଼ିଆ କରି ରହି ଆସୁଛନ୍ତି । ତେବେ କେଉଁ କାରଣରୁ ଏହି ପରିବାର ଏଭଳି ଜାଜାବର ଜୀବନ ବିତାଉଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.