ହଟିଲା ଦୁଃଖ, କିସରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍‍ ଟପ୍‍ପର ମୀନାକ୍ଷୀ ମଲ୍ଲିକ, ଡ. ଅଚ୍ୟୁତ ସାମନ୍ତ ଦେଲେ ପ୍ରତିଶ୍ରୁତି

କେନ୍ୟୁଜ୍(ବ୍ୟୁରୋ):  କିସରେ  ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍‍ ଟପ୍‍ପର ମୀନାକ୍ଷୀ ମଲ୍ଲିକ । ମାଟ୍ରିକ୍‍ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍‍ପର ହୋଇଥିବା ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ମୀନାକ୍ଷୀଙ୍କ ସଫଳତାର ଖବର ଜାଣିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୀନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝିଅର ସଫଳତା ପାଇଁ ପିତା ରାଜୀବ ଲୋଚନ ମଲ୍ଲିକ ଏବଂ ମାତା ନିଳନ୍ତି ମଲ୍ଲିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ସାମନ୍ତ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ୍‍ କର୍ତ୍ତୃପକ୍ଷ ମୀନାକ୍ଷୀଙ୍କୁ କିସର ପାଠ ପଢା଼ଇବା ଆଗ୍ରହ ପ୍ରକାଶ କରିଛନ୍ତି।

ଏଥିରେ  ମୀନାକ୍ଷୀ ଓ ତାଙ୍କ ପରବିାର ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି।  ସେ କିସରେ ଯୁକ୍ତ ଦୁଇ ବଜ୍ଞିାନରେ ଭଲ କଲେ ସେ କଟି୍‍ ବିଶ୍ବବିଦ୍ୟାଳୟରେ ଇଂଜନିୟିରିଂ ଓ ମେଡକିାଲ ଆଦ ଯାହା ଚାହେିଁବ ମାଗଣାରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ କିସରେ ପଢ଼ିବା ପାଇଁ ସୁଯୋଗ ମିଳିଥିବାରୁ ମୀନାକ୍ଷୀ ଓ ତାଙ୍କ ପରିବାର କିସ୍‍ କର୍ତ୍ତୃପକ୍ଷ ଏବଂ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.