ବାଲି ଗାଡି ଅଟକାଇଲେ ଫାଇନ୍ ଦେବାକୁ ନିର୍ଦ୍ଦେଶ, ୨୦ରୁ ଅଧିକ ହାଇୱା ଜବତ କରି ପୋଲିସ ଜିମା ଦେଲେ ମନ୍ତ୍ରୀ

ନୟାଗଡ : ବାଲି ଗାଡି ଅଟକାଇଲେ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା । କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଫେରୁଥିଲେ । ନୟାଗଡ଼ ଖଣ୍ଡପଡା ଥାନା ବରକୋଳା ନିକଟରେ ବାଲି ଭର୍ତ୍ତି ହାଇୱା ଦେଖି ଅଟକାଇଥିଲେ । ଗାଡିକୁ ଅଟକାଇ ବାଲି ଚାଲାଣର କାଗଜ ପତ୍ର ମଧ୍ଯ ମାଗିଥିଲେ । ହାଇୱା ଗାଡି କାଗଜ ମାଗିଥିବା ବେଳେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା । ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି । ତେବେ ଜବତ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ିଗୁଡ଼ିକର କେ ଫର୍ମ ନଥିବା ବେଳେ କେଉଁଠିକୁ ଏହା ଚାଲାଣ ହେଉଥିଲା ସ୍ପଷ୍ଟ ହୋଇନି ।

ତେବେ ୧୦ରୁ ଉର୍ଦ୍ଧ୍ବ ହାଇୱାକୁ ଅଟକାଇ ଖଣ୍ଡପଡା ପୋଲିସ ଜିମା ଦେଇଛନ୍ତି । ନୟାଗଡ ପରିବହନ ଅଧିକାରୀ, ଖଣ୍ଡପଡା ତହସିଲଦାର ଓ ଖଣିବିଭାଗ ଗାଡିକୁ ଯାଞ୍ଚ କରିଥିଲେ । କାଗଜ ପତ୍ର ରେ ଅବହେଳା ଥିବାକୁ ୧ ଲକ୍ଷ ୯୪ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

You might also like