ଦୌଡ଼ିଲା ସାରା ଓଡ଼ିଶା, ୩୦ ଜିଲ୍ଲାରେ ଅନୁଷ୍ଠିତ ହେଲା ମିନି ମାରାଥନ

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଶିକ୍ଷା । ଏହି ଉଦ୍ଦେଶ୍ୟରେ ଦୌଡ଼ିଲା ସାରା ଓଡ଼ିଶା । ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ଜାନୁଆରୀ ମାସର ଶେଷ ରବିବାର ଏକ ମିନି ମାରାଥନର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଶେଷ ରବିବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ୨୫ ତାରିଖରେ ଏହାର ଆୟୋଜନ କରାଯାଇଛି। “ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ଶିକ୍ଷା ରଥକୁ ଆଗକୁ ନେବାରେ ମହିଳାଙ୍କ ବଡ଼ ଅବଦାନ ଓ ଭୂମିକା ରହିଛି । ତେଣୁ ଗତବର୍ଷଠାରୁ ଭୁବନେଶ୍ୱରେ ଆୟୋଜିତ ହେଉଛି ପାଟାଥନ ।
ସେହିପରି ଓଡ଼ିଶାର ସମସ୍ତ ୩୦ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନ ଆୟୋଜିତ ହୋଇଛି । ବ୍ରହ୍ମପୁରଠାରେ କିସ ଓ କିଟ୍ ମିନି ମାରାଥନ ଏଜୁକେଶନ ଫର ଅଲ -2025 ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଏସପି ଡକ୍ଚର ଶର୍ବଣା ବିବେକ୍ .ଏମ୍ ଯୋଗ ଦେଇ ମାରାଥନର ଶୁଭାରମ୍ଭ କରିଥିଲେ । ଏମକେସିଜି ମେଡିକାଲ କଲେଜ ସମ୍ମୁଖରୁ ଆଇଟିଆଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ୍ ।
ସେହିପରି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ମିନି ମାରାଥନ ଆରମ୍ଭ ହୋଇ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଯାଇଥିଲା । ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାରାଥନରେ ଅଂଶଗ୍ରହଣ କରିଥିଲେ । ପୁରୀ ଏସପି ବିନୀତ ଅଗ୍ରୱାଲ,ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଅରୁଣ କୁମାର ଦାସ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠି ମିନି ମାରାଥନକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ମାଲକାନଗିରି ଜିଲ୍ଲା ଷ୍ଟାଡିୟମରୁ ମାଲ୍ୟାବନ୍ତ ହଷ୍ଟେଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ DFO ପ୍ରତାପ କଟାପାଲ୍ଲୀ , ADM ବେଦବର ପ୍ରଧାନ ଏବଂ ,DSO ମାଧବ ପାଙ୍ଗି ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଛନ୍ତି ।
ଆହୁରି ପଢନ୍ତୁ : ଶିକ୍ଷା ପାଇଁ ମାରାଥନ, ମହିଳାମାନେ ପାଟ ଶାଢ଼ୀ ପିନ୍ଧି ‘ପାଟାଥନ’ରେ ନେବେ ଭାଗ