କିଟକୁ ପୁରିଲା ୨୫ ବର୍ଷ, କାଲି ଏକ ମିନି ମାରାଥନ୍‌ର ଆୟୋଜନ କରାଯାଉଛି

ଭୁବନେଶ୍ବର(କେନ୍ୟୁଜ୍):  କିଟ୍‌ର ୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ପାଳନ ଅବସରରେ କିଟ୍‌ ଓ କିସ୍‌ ପକ୍ଷରୁ ରବିବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଉଛି। ଏହି ମିନି ମାରାଥନ୍‌ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୩୦ ଜିଲ୍ଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହେଉଥିବା ବେଳେ ଭାରତର ୨୫ଟି ସହର ଓ ବିଶ୍ୱର ୨୫ଟି ଦେଶରେ ଅନୁଷ୍ଠିତ ହେବ। ଏଥିପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

କିଟ୍‌ ଓ କିସ୍‌ ବହୁ ବର୍ଷ ଧରି ମିନି ମାରାଥନ୍‌ ଆୟୋଜନ କରିଆସୁଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ମିନି ମାରାଥନ୍‌ ସ୍ଥଗିତ ରହିଥିଲା। ଚଳିତ ବର୍ଷ ପୁନର୍ବାର ମିନି ମାରାଥନ୍‌ ଆୟୋଜନ କରାଯାଉଛି। ଆସନ୍ତାକାଲି ସକାଳ ୬ଟା ସମୟରେ ଭୁବନେଶ୍ୱରର ସାଣ୍ଡି ଟାୱାର ହୋଟେଲ୍‌ ନିକଟରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇ ସକାଳ ୭ଟା ସମୟରେ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଶେଷ ହେବ ଏହି ମିନି ମାରାଥନ୍‌। ଏଥିରେ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀ, କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିବେ।

 

Leave A Reply

Your email address will not be published.