ରାଜ୍ୟ

କିଟ୍‌ ରୌପ୍ୟ ଜୟନ୍ତୀ ବର୍ଷ ପାଇଁ ପାଳନ ପାଇଁ ଆଜି ଆୟୋଜିତ ହେଉଛି ମିନି ମାରାଥନ, ଓଡ଼ିଶାର ୩୫ଟି ସହରରେ କରାଯାଇଛି ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଆୟୋଜିତ ହେଉଛି ମିନି ମାରାଥନ। କିଟ୍‌ ଓ କିସ୍‌ ବହୁ ବର୍ଷ ଧରି ମିନି ମାରାଥନ ଆୟୋଜନ କରି ଆସୁଛି। କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ଏହି ମିନି ମାରାଥନ ସ୍ଥଗିତ ରହିଥିଲା। ଚଳିତ ବର୍ଷ ପୁନର୍ବାର ମିନି ମାରାଥନ ଆୟୋଜନ କରାଯାଉଛି। ଏ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ କିଟ୍‌ ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବାରୁ ଆଜିର ମିନି ମାରାଥନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଚଳିତବର୍ଷ ବିଶ୍ୱର ୨୫ ଦେଶ , ଭାରତର ୨୫ ଓ ଓଡ଼ିଶାର ୩୫ଟି ସହରରେ ଏହି ମିନି ମାରାଥନ ଆୟୋଜନ କରାଯାଉଛି। ଶିକ୍ଷା ଓ ସମାଜସେବା ଜରିଆରେ ଜନଜାତି ସଶକ୍ତିକରଣ, ସ୍ୱାସ୍ଥ୍ୟସେବାରେ ଇତିହାସ ସୃଷ୍ଟି କରିବା, କ୍ରୀଡ଼ାରେ କୀର୍ତ୍ତିମାନ ସ୍ଥ୍ରାପନ କରୁଥିବା କିଟ୍‌ ଦୟା ଓ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ବିଶ୍ୱ ବିଦ୍ୟାଳୟ। ପ୍ରତିଷ୍ଠା ହେବା ଦିନଠାରୁ କିଟ୍‌ ଓ କିସ୍‌ ସମାଜ ସେବାରେ ନିଜକୁ ନିୟୋଜିତ କରି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି।

ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ମାତ୍ର ୫ ହଜାର ଟଙ୍କାରେ କିଟ୍‌ ଓ କିସ୍‌ ଦୁଇ ସଂସ୍ଥା ଏକ ଭଡ଼ାଘରେ ଆରମ୍ଭ ହୋଇଥିଲା। ଆଜି କିଟ୍‌ ଏକ ମହାଦ୍ରୁମରେ ପରଣିତ ହୋଇଛି। ଏଠାରେ ଭାରତ ସମେତ ବିଶ୍ୱର ୬୫ଟି ଦେଶରୁ ୩୫ ହଜାର ପିଲା ପାଠ ପଢୁଛନ୍ତି। ଏଠାରେ ୧୫ ହଜାର ନିୟମିତ କର୍ମଚାରୀ ଏବଂ ୫ ହଜାର ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି। କିଟ୍‌ରୁ ୧ ଲକ୍ଷ ପୁରାତନ ଛାତ୍ରଛାତ୍ରୀ ସୃଷ୍ଟି ହୋଇ ପାରିଛନ୍ତି। କିଟ୍‌ରେ ମେଡିକାଲ କଲେଜ, ଡେଣ୍ଟାଲ୍‌ କଲେଜ ଓ ନର୍ସିଂ କଲେଜ ସହ ୨୬ ଶହ ଶଯ୍ୟା ବିଶିଷ୍ଟ ମଲ୍‌ଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ଅଛି। ଏଥିରେ ଗରିବ ଲୋକଙ୍କ ପାଇଁ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ୧୬ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ରହିଛି। … ସେପଟେ କିସ୍‌ ଏକ ଜନଜାତି ଆନ୍ଦୋଳନରେ ପରିଣତ ହୋଇଛି। ଶିକ୍ଷା ମାଧ୍ୟମରେ କିସ୍‌ ୭୦ ହଜାର ଜନଜାତି ପିଲାଙ୍କ ମୁହଁରେ ହସ ଫୁଟାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି।

ଏବେ କିସ୍‌- ଭୁବନେଶ୍ଵରରେ ୩୦ ହଜାର ପିଲା ପାଠ ପଢ଼ୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା କିସର ଶାଖା କ୍ୟାମ୍ପସରେ ୧୦ ହଜାର ପିଲା ପାଠ ପଢୁଛନ୍ତି ଓ ୩୦ ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇସାରିଲେଣି। କିସ୍‌ ମଧ୍ୟ ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ। କିସ୍‌କୁ କେହି କେହି ଭାରତର ଦ୍ଵିତୀୟ ଶାନ୍ତି ନିକେତନ ବୋଲି କହିଥାନ୍ତି। ଏଠାରେ ଗରିବ ଜନଜାତି ପିଲାମାନଙ୍କୁ ମାଗଣାରେ ରହିବା, ଖାଇବା, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ବିନା ଦେୟରେ ପ୍ରଥମ ଶ୍ରେଣୀରୁ ପୋଷ୍ଟ ଡକ୍ଟୋରାଲ୍‌ ଡିଗ୍ରୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଇଥାଏ। ନିକଟରେ କିସ୍‌ ବିଶ୍ୱର ସମ୍ମାନଜନକ ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର- ୨୦୨୨ ପାଇବାର ଗୌରବ ଅର୍ଜନ କରିଥିଲା। ସେହିପରି କିଟ୍‌ ମଧ୍ୟ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲା। କିଟ୍‌ ଓ କିସ୍‌ ହେଉଛି ଏପରି ଦୁଇଟି ଅନୁଷ୍ଠାନ ଯେ ନିଜେ ବଢ଼ିବା ସହ ଅନ୍ୟମାନଙ୍କୁ ବଢ଼ିବାରେ ସାହାଯ୍ୟ କରିଥାଏ। ଏହା ହେଉଛି କିଟ୍‌ ଓ କିସ୍‌ର ମହାନତା ଏବଂ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନ।.

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

6 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

34 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

53 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago