କଳାହାଣ୍ଡି କେସିଙ୍ଗାରେ ହେବ ମିନି ଷ୍ଟାଡିୟମ, ଖେଳାଳିଙ୍କ ସହ ଭର୍ଚୁଆଲରେ ଆଲୋଚନା କଲେ ଫାଇଭ୍-ଟି ସଚିବ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡି କେସିଙ୍ଗାବାସୀଙ୍କ ଦୀର୍ଘଦିନର ଦାବି ପୁରା ହେବ । କେସିଙ୍ଗାରେ ହେବ ମିନି ଷ୍ଟାଡିୟମ । ମିନି ଷ୍ଟାଡିୟମ ଏବଂ ଇନଡୋର ଷ୍ଟାଡିୟମ ପାଇଁ ଯୋଜନା କରିଛନ୍ତି ରାଜ୍ୟସରକାର ।
ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କେସିଙ୍ଗାର ଖେଳାଳିଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି ଫାଇଭ୍-ଟି ସଚିବ । ଜିଲ୍ଲାର ଖେଳାଳିଙ୍କୁ ଆଗକୁ ବଢିବା ପାଇଁ ମିନି ଷ୍ଟାଡିୟମ ଏବଂ ଇନଡୋର ଷ୍ଟାଡିୟମ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ୍ ଟି ସଚିବ ।