ପୋଲ ଉପରୁ ଖସି ଗୁରୁତର ହୋଇଥିବା ନାବାଳିକଙ୍କ ହସ୍ପିଟାଲରେ ମୃତ୍ୟୁ
କଟକ ଜାଇକା ବକ୍ସ ଡ୍ରେନ ପ୍ରକଳ୍ପ କାମ ବେଳେ ପୋଲ ଉପରେ ଖସି ଗୁରୁତର ହୋଇଥିବା ନାବାଳିକଙ୍କର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି କଟକ କେଶରପୁର ଅଞ୍ଚଳରେ ଜାଇକା ପ୍ରକଳ୍ପର ବକ୍ସ ଡ୍ରେନ କାମ ଚାଲିଥିବା ବେଳେ ଦବିଯାଇଥିଲା ଲୁହା ପୋଲ ।
କଟକ(କେନ୍ୟୁଜ): କଟକ ଜାଇକା ବକ୍ସ ଡ୍ରେନ ପ୍ରକଳ୍ପ କାମ ବେଳେ ପୋଲ ଉପରେ ଖସି ଗୁରୁତର ହୋଇଥିବା ନାବାଳିକଙ୍କର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି କଟକ କେଶରପୁର ଅଞ୍ଚଳରେ ଜାଇକା ପ୍ରକଳ୍ପର ବକ୍ସ ଡ୍ରେନ କାମ ଚାଲିଥିବା ବେଳେ ଦବିଯାଇଥିଲା ଲୁହା ପୋଲ ।
ସେହି ସମୟରେ ପୋଲ ଉପର ଦେଇ ଯାଉଥିବା ଜଣେ ନାବାଳିକା ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ଉଦ୍ଧାର କରି ନାବାଳିକାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ପରେ ନିଆଯାଇଥିଲା ଏକ ଘରୋଇ ହସ୍ପିଟାଲ ।
ତାର ଅଣ୍ଟା ଫ୍ୟାକଚର ହୋଇଥିବା ବେଳେ ଇଣ୍ଟରନାଲ୍ ଇନଜୁରୀ ଥିଲା । ନାବାଳିକାକୁ ଚିକିତ୍ସା କରୁଥିଲେ ସର୍ଜରୀ ଓ ଅର୍ଥୋପେଡିକ୍ ବିଭାଗ ଡାକ୍ତର । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସ୍ଥାୟୀ ରାସ୍ତା ତିଆରି କରାଯାଉ ନଥିବା ଅଭିଯୋଗ ହୋଇଛି ।