ମନ୍ତ୍ରୀ ଦେଖାଇଲେ ମାନବିକତା, ନିଆରା ଦୃଶ୍ୟ ଦେଖି ସଭିଏଁ କଲେ ପ୍ରଶଂସା

ଗଜପତି: ଚଳିତ ବର୍ଷ ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ, ମହା ଆଡମ୍ବର ସହକାରେ ପାଳନ କରିଥିଲା ସାରା ଭାରତ । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏକ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ତେବେ ଏତିକି ବେଳେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଠିକ ଶେଷ ଟ୍ରୁପ୍ ର ଅଭିବାଦନ ଗ୍ରହଣ କରୁଥିବା ବେଳେ ପ୍ୟାରେଡରେ ଭାଗ ନେଇଥିବା ଏକ ଛୋଟ ପିଲା  ହଠାତ୍ ଅଚେତ ହୋଇ ତଳେ ପଡିଯାଇଥିଲେ । ସେହି ଦୃଶ୍ୟ ମନ୍ତ୍ରୀଙ୍କ ଆଖିରେ ପଡୁପଡୁ ମନ୍ତ୍ରୀ ଗାଡିରୁ ଓହ୍ଲାଇ ପିଲାଟିକୁ ସହାୟତାର ହାତ ବଢାଇଥିଲେ । ଏହା ସହ ପ୍ରାଥମିକ ଚିକିତ୍ସା ପାଇଁ ସେଠାରେ ଉପସ୍ଥିତଥିବା ପୋଲିସ୍, ଡାକ୍ତର ଓ ଆମ୍ବୁଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ । ପିଲାଟିକୁ ଯଥାଶୀଘ୍ର ଉଦ୍ଧାର କରାଯିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ।

ପରେ ନିଜ ଭାଷଣ ଦେବାପରେ, ପ୍ୟାରେଡ ହୋଇଥିଲା । ନିଶ୍ଚିତ ଭାବେ ଏହି ଦୃଶ୍ୟ ଯେତେ ନିଆରା ଥିଲା ସେତିକି ପ୍ରଶଂସାର ପାତ୍ର ହୋଇଛନ୍ତି ମନ୍ତ୍ରୀ ।  ଏପଟେ ମନ୍ତ୍ରୀ ଗାଡିରୁ ଓହ୍ଲାଇବା ପରେ ଷ୍ଟାଡିୟମରେ କୋଳାହଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଲୋକେ ଏହି ଦୃଶ୍ୟ ଦେଖି ମନ୍ତ୍ରୀଙ୍କୁ ସାବାସୀ ଦେବାସହ ମନ୍ତ୍ରୀଙ୍କ ମାନବିକତାକୁ ସାଲୁଟ ମାରିଛନ୍ତି ।

 

 

You might also like