ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ, ASI ଗୋପାଳ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ASI ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳର ଯାଞ୍ଚ କରାଯାଇଛି । ଗୋପାଳକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ ତଦନ୍ତ ଚାଲିଛି ।

ଗୋପାଳଙ୍କ ବିରୋଧରେ ଲାଗିଛି ଦଫା ୩୦୨ ଓ ୨୭ । ନବଙ୍କ ପିଏସ୍‌ଓ ନଥିଲେ ଗୋପାଳ ଦାସ । ଝାରସୁଗୁଡ଼ାରେ ଟପ୍‌ ପୋଲିସ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, କ୍ରାଇମ୍‌ବ୍ରାଞ୍ଚ ADG ଅରୁଣ ବୋଥ୍ରା, ଉତ୍ତରାଞ୍ଚଳ IG ଦୀପକ କୁମାର, ଏସପି ରାହୁଲ ଜୈନ ଉପସ୍ଥିତ ଅଛନ୍ତି । ଗୋପାଳ ଦାସଙ୍କୁ ଦୀର୍ଘ ସମୟ ଧରି ଜେରା କରିଛନ୍ତି ଅରୁଣ ବୋଥ୍ରା

Leave A Reply

Your email address will not be published.