ତେଜିଲା କେନ୍ଦ୍ର-ରାଜ୍ୟ ଘର ବିବାଦ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର(କେନ୍ଯୁଜ୍): ତେଜିଲା କେନ୍ଦ୍ର-ରାଜ୍ୟ ଘର ବିବାଦ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ପ୍ରତାପ ଜେନାଙ୍କ ଚିଠି । ଆବାସ+ରେ ପୂରା ୬ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହୁ । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହିଛି । ଫନି ବାତ୍ୟା ପରେ କରାଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ପ୍ରତିଶ୍ରୁତି ଅନୁସାରେ ୧ଲକ୍ଷ ୮୪ ହଜାର ସ୍ୱତନ୍ତ୍ର ଘର PMAY ଗ୍ରାମୀଣରେ ମଞ୍ଜୁରି କରାଯାଉ । ଆବାସ+ ଓ୍ଵିଣ୍ଡୋକୁ ନୂଆ ହିତାଧିକାରୀଙ୍କ ପାଇଁ ଖୋଲାଯାଉ । କର୍ଣ୍ଣାଟକକୁ ଆବାସ+ରେ ଜାନୁଆରୀ ୧୩ରେ ଅନୁମତି ମିଳିଲା । କିନ୍ତୁ ଓଡ଼ିଶାକୁ ଅନୁମତି ଦିଆଯାଉନାହିଁ । ଏହା ଓଡ଼ିଶା ପ୍ରତି ଅନ୍ୟାୟ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । KBK ଅଞ୍ଚଳରେ ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.