ରାଜ୍ୟ

ଲୋକଙ୍କୁ ଭତ୍ତା ବାଣ୍ଟିବା ବେଳେ ହାତ ଯୋଡ଼ି କାନ୍ଦି ପକାଇଲେ ମନ୍ତ୍ରୀ ରାଜା ସ୍ୱାଇଁ

ଆଠଗଡ଼ : ନେତାଙ୍କ ଆଖିରେ ଲୁହ । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଭାଷଣ ଦେଉ ଦେଉ କାନ୍ଦି ପକାଇଲେ । ଆଠଗଡ଼, ସଭାରେ କହୁ କହୁ ଆଖିରେ ତାଙ୍କର ଲୁହ ଆସିଗଲା । କଣ୍ଠରୁଦ୍ଧ ହୋଇଗଲା । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଭଳି ଭାବବିହ୍ଵଳ ହୋଇଗଲେ ଯେ ଏବେ ଏହି କଥା ଆଠଗଡ଼ ନିର୍ବାଚନ ମଣ୍ଡଳୀ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ସେ କହୁଥିଲେ, ଆମର ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସମସ୍ତଙ୍କ ପେଟକୁ ଅନାଇଛନ୍ତି । ତାଙ୍କର ବାପା ନାହଁ କି ପୁଅ କି ଝିଅ ନାହାନ୍ତି । ଓଡ଼ିଶାର ସାଢେ଼ ଚାରିକୋଟି ଲୋକ ହେଉଛନ୍ତି ତାଙ୍କ ପରିବାର । ସେ ଓଡ଼ିଶାବାସୀ ସମସ୍ତଙ୍କୁ ନିଜ ପରିବାର ବୋଲି ଭାବିଛନ୍ତି । ତାଙ୍କ ମୁହଁକୁ ଟିକେ ଅନେଇବ, ଏତିକି ନିବେଦନ କରୁଛି ବୋଲି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସଭା ମଞ୍ଚରେ କାନ୍ଦି କାନ୍ଦି ହାତ ଯୋଡ଼ି କହୁଥିଲେ ରାଜା ସ୍ୱାଇଁ ।

ତେବେ ଆଗାମୀ ନିର୍ବାଚନକୁ ନେଇ ଚାରିଆଡ଼େ ରାଜନୈତିକ ଉଷ୍ମତା ବାରି ହୋଇ ପଡୁଥିବା ବେଳେ ରାଜା ସ୍ୱାଇଁଙ୍କ ଏଭଳି ନିବେଦନ ଉପସ୍ଥିତ ଲୋକଙ୍କୁ ମଧ୍ୟ ଭାବପ୍ରବଣ କରି ଦେଇଥିଲା । ଆଠଗଡ଼ ମହୋତ୍ସବ ପଡ଼ିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯକ୍ରମରେ ଏଭଳି ଭାବେ କାନ୍ଦି ପକାଇଥିଲେ ମନ୍ତ୍ରୀ ।

KNews Bureau

Recent Posts

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

12 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

23 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

28 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago