ବାତ୍ୟାକୁ ନେଇ ସତର୍କ କଲେ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ- ୨୫ ତାରିଖ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ବର୍ତ୍ତମାନ ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଏହି ଅବପାତ ।  ସାଗର ଦ୍ଵୀପଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି । ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା ।  ଏହାରି ଭିତରେ ୨୫ ତାରିଖ ସକାଳକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

ଏହା ମଧ୍ୟ କହିଛନ୍ତି ଯେ ବାତ୍ୟା ଧାମରା କ୍ରମେ ପାରାଦ୍ୱୀପ ଓ ପୁରୀ ଦେଇ ସମୁଦ୍ରକୁ ଯିବ ଅନୁମାନ କରାଯାଉଛି । ଫଳରେ ୧୧୦ କିମି ବେଗରେ ପବନ ବହିପାରେ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛନ୍ତି ସରକାର । ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଛି ।  ଆଶ୍ରୟସ୍ଥଳୀ ବାହାରେ ୫୦୦ ରୁ ଅଧିକ ଟେମ୍ପୋରାରୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି ।  ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି ।

ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି। ଓଡ୍ରାଫ ଟିମ ସବୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି । ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି ।  ଅଧିକ ଏନଡିଆରଏଫ ପାଇଁ କେନ୍ଦ୍ରକୁ କହିଛୁ । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି । ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ । ଏହା ସହିତ ବାତ୍ୟାର ସୁଯୋଗ ନେଇ ଗାଁରେ ଚୋରି ରୋକିବା ପାଇଁ ବି ପୋଲିସ ମୁତୟନ ହେବେ ।  ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶ୍ୟକ ପଡିଲେ କରାଯିବ  ।

ସେହିପରି ସ୍ୱାସ୍ଥ୍ୟ ବିଭାଗକୁ ପୁରା ଆଲର୍ଟ କରାଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆଜି ୧୪ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।