ମାନବିକତା ଦେଖାଇଲେ ମନ୍ତ୍ରୀ ସୁଶାନ୍ତ ସିଂ, କାନ୍ଧରେ ଟେକିନେଲେ ମୃତ ଦେହ

ବରଗଡ଼(କେନ୍ଯୁଜ୍) : ମାନବିକତା ଦେଖାଇଲେ ମନ୍ତ୍ରୀ । କାନ୍ଧରେ ମୃତ ଦେହ ଟେକିନେଲେ ମନ୍ତ୍ରୀ ସୁଶାନ୍ତ ସିଂ । ଘଟଣା ଘଟିଛି ବରଗଡ଼ ସୋହେଲା ଟିକ୍ରା ଗାଁରେ । ଆଦିବାସୀ ମହିଳା ମାଟି ଭୂଏଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ କେହି ଆସିନଥିଲେ । ଜାତିଆଣ ଭେଦଭାବ ଯୋଗୁ ପରିବାର ଲୋକେ ବି ଆସିନଥିଲେ । ଶେଷରେ ମାନବିକତା ଦେଖାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ନିଜ କାନ୍ଧରେ ମୃତଦେହ ଟେକି ନେଇଥିଲେ । ଆଉ ଶବ ସତ୍କାର କରାଇଥିଲେ ।

You might also like