ଶାଶୁ ଘର ଗାଁକୁ ଆସି ସ୍ୱାମୀଙ୍କ କଥା ମନେ ପକାଇଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ନିର୍ବାଚନମଣ୍ଡଳୀର ଚାନ୍ଦମୋହିନୀ ଠାରୁ ନାଳକୂଳ ପର୍ଯ୍ୟନ୍ତ କେଲୁଅ ନଦୀର ବାମ ପାର୍ଶ୍ଵରେ ବନ୍ୟା ସୁରକ୍ଷା ନିମନ୍ତେ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଉତ୍ତରପ୍ରତାପ ପଞ୍ଚାୟତ ନରସିଂହପୁର ଠାରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଯୋଗଦେଇ ଧର୍ମଶାଳା ମାଟି ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିବା କହିଥିଲେ।

ଯାଜପୁର (କେନ୍ୟୁଜ): ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ନିର୍ବାଚନମଣ୍ଡଳୀର ଚାନ୍ଦମୋହିନୀ ଠାରୁ ନାଳକୂଳ ପର୍ଯ୍ୟନ୍ତ କେଲୁଅ ନଦୀର ବାମ ପାର୍ଶ୍ଵରେ ବନ୍ୟା ସୁରକ୍ଷା ନିମନ୍ତେ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଉତ୍ତରପ୍ରତାପ ପଞ୍ଚାୟତ ନରସିଂହପୁର ଠାରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଯୋଗଦେଇ ଧର୍ମଶାଳା ମାଟି ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିବା କହିଥିଲେ।

ନିଜ ଶାଶୁ ଘର ଗାଁକୁ ଆସି ସ୍ୱାମୀଙ୍କ କଥା ମନେ ପକାଇଥିଲେ ମନ୍ତ୍ରୀ। ତେବେ ଟିଟଲାଗଡ଼ରେ ସ୍ୱାମୀ ରହୁଥିବା ବେଳେ ଏଠାକୁ ବୋହୂ ହୋଇ ଆସିବା ପରେ ମୋ ପରିବାର ଯେଉଁ ଦୁଃଖଦ ସମୟ ଦେଇ ଗତି କରିଥିଲା ସେତେବେଳେ ଧର୍ମଶାଳାବାସୀ ମୋତେ ସାହସ ଦେଇଥିଲେ।

ଏଥିପାଇଁ ଧର୍ମଶାଳା ମାଟିକୁ କୃତଜ୍ଞତା ଜଣାଇଥିଲେ ମନ୍ତ୍ରୀ। ତେବେ ତାଙ୍କ ମନ୍ତ୍ରୀତ୍ବ ସମୟରେ ଧର୍ମଶାଳା ଅଞ୍ଚଳର ଉନ୍ନତି ପାଇଁ ସେ ସଦା ସର୍ବଦା ପ୍ରୟାସ ଜାରି ରଖିବେ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହ ସ୍ୱାମୀଙ୍କ କଥା ମନେ ପକାଇ ଭାବ ବିହ୍ଵଳ ହୋଇଥିବା ଦେଖିବାକୁ ମିଳିଥିଲା।