ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ଟୁନିଆ ନାୟକ ରାଗିଯାଇ ଏକ ଠେଙ୍ଗାରେ ରାଜ କିଶୋରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ l

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର l ଗୁରୁତରଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର । ପୂର୍ବରୁ ଜମିବାଡ଼ିକୁ ନେଇ ଫତେଗଡ଼ ଥାନା କରବର ପଂଚାୟତ ମାଣିତିର ଗାଁର ରାଜକିଶୋର ନାୟକ ଓ ଟୁନିଆ ନାୟକ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା l ଗତକାଲି କୌଣସି କାରଣକୁ ନେଇ ପୁଣି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଟୁନିଆ ନାୟକ ରାଗିଯାଇ ଏକ ଠେଙ୍ଗାରେ ରାଜ କିଶୋରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ l ସେଥିରେ ରାଜକିଶୋର, ତାଙ୍କ ସ୍ତ୍ରୀ ନାବାଳିକା ଝିଅ ଓ ନାବାଳକ ପୁଅକୁ ଆକ୍ରମଣ କରିଥିଲା l ନାବାଳିକା ଝିଅର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀର ଅଣ୍ଟାରେ ଆଘାତ ଲାଗିଛି l ରାଜ କିଶୋରଙ୍କ ମୁଣ୍ଡ ଫାଟିଥିବା ବେଳେ ନାବାଳକ ପୁଅ ସାମାନ୍ୟ ଆହତ ହୋଇଛି l ଆହତମାନଙ୍କୁ ସଂଗେ ସଂଗେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ଗୁରୁତର ଥିବାରୁ ନାବାଳିକା ଝିଅ ଓ ମା କୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି ।

ଗତକାଲି ସନ୍ଧ୍ୟାରେ ରାଜକିଶୋର ଓ ତାଙ୍କ ନାବାଳକ ପୁଅ ଲିଖିତ ଅଭିଯୋଗ ପାଇଁ ଫତେଗଡ଼ ଥାନାକୁ ଆସିଥିଲେ l ଅଭିଯୋଗ ଅନୁସାରେ ଫତେଗଡ଼ ଥାନା ଅଧିକାରୀ ନାବାଳକ ପୁଅ ଓ ରାଜ କିଶୋରଙ୍କୁ ଅଟକ ରଖିଥିଲେ । ରାତି ପ୍ରାୟ ୧ଟା ୩୦ ସମୟରେ ଛାଡିଥିଲେ l ଆଜି କୌଶଳ କାରଣକୁ ନେଇ ନୟାଗଡ ଏସପି ଫତେଗଡ଼ ଥାନାକୁ ଆସିଥିଲେ । ନାବାଳକ ପୁଅ ଯାଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଫତେଗଡ଼ ଆଇଆଇସିଙ୍କୁ ଖୋର୍ଦ୍ଧା ପଠାଇ ଥିବା ସୂଚନା ମିଳିଛି ।…

 

You might also like