ଛୋଟ ବୟସରେ ଭୟଙ୍କର କାରନାମା, ଉମରକୋଟ ଅଞ୍ଚଳର ଜଣଙ୍କ ଠାରୁ ଠକିନେଲା ଏକଲକ୍ଷରୁ ଅଧିକ ଟଙ୍କା

ଉମରକୋଟ ବ୍ଲକ ସାନଖଡ଼କା ଗାଁର ଗୋକୁଲ ବିଶ୍ୱାସଙ୍କ ମୋବାଇଲରେ ବ୍ୟାଙ୍କର ସେଲ୍‌ସ ମ୍ୟାନେଜର କଲ୍‌ କରିଥିବା ନେଇ ଏକ କଲ୍‌ ଆସିଥିଲା। ତାଙ୍କ ମୋବାଇଲକୁ କେୱାଇସି ଆସିଥିବା ଦର୍ଶାଇ ଏହାକୁ ରିସିଭ କରିବାକୁ ଫୋନରେ ନିର୍ଦ୍ଦେଶ ଆସିଥିଲା।

ଉମରକୋଟ(କେନ୍ୟୁଜ୍): ଛୋଟ ବୟସରେ ଭୟଙ୍କର କାରନାମା। ସାଇବର ଫ୍ରଡ୍‌ରେ ଏକଲକ୍ଷରୁ ଅଧିକ ଟଙ୍କା ଠକିନେଲା ନାବାଳକ। ଗଞ୍ଜାମ ଜିଲ୍ଲା ବାଲିପଦର ଅଞ୍ଚଳର ନାବାଳକ ଉମରକୋଟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଠକିଛନ୍ତି ଏକଲକ୍ଷ ପାଞ୍ଚହଜାର ଟଙ୍କା। ଉମରକୋଟ ବ୍ଲକ ସାନଖଡ଼କା ଗାଁର ଗୋକୁଲ ବିଶ୍ୱାସଙ୍କ ମୋବାଇଲରେ ବ୍ୟାଙ୍କର ସେଲ୍‌ସ ମ୍ୟାନେଜର କଲ୍‌ କରିଥିବା ନେଇ ଏକ କଲ୍‌ ଆସିଥିଲା। ତାଙ୍କ ମୋବାଇଲକୁ କେୱାଇସି ଆସିଥିବା ଦର୍ଶାଇ ଏହାକୁ ରିସିଭ କରିବାକୁ ଫୋନରେ ନିର୍ଦ୍ଦେଶ ଆସିଥିଲା। ଏହା ପରେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଏକଲକ୍ଷ ୫ହଜାର ୩୨ଟଙ୍କା କଟି ଯାଇଥିଲା।

ଏନେଇ ଗୋକୁଲ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ସାଇବର ପୋଲିସ ସହାୟତାରେ ନାବାଳକକୁ ଗଞ୍ଜାମରୁ ଗିରଫ କରାଯାଇଛି। ତା ଠାରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍‌, ତିନିଟି ATM କାର୍ଡ, ୫ଟି ଚେକ୍‌ ବୁକ୍‌, ୨ଟି ବ୍ୟାଙ୍କ୍‌ ପାସ ବୁକ୍‌ ଜବତ କରାଯାଇଛି। ଏଥିରେ ଆଉ କାହାର ସଂପୃକ୍ତି ରହିଛି ତଦନ୍ତ ପରେ ଜଣାପଡ଼ିବ ବୋଲି ଉମରକୋଟ ଏସଡିପିଓ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like