ଗଞ୍ଜାମ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗାଁ ନିକଟ ରାସ୍ତା କଡ଼ରେ ଛିଣ୍ଡିପଡିଥିଲା ୧୧ କେଭି ବିଦ୍ୟୁତ ତାର। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଥିଲା। ମୃତ ନାବାଳକ ଆମ୍ବଡୋଳି ଗାଁର ଅମର ସ୍ୱାଇଁଙ୍କ ପୁଅ ଲିପୁ ସ୍ୱାଇଁ। ଏହାର ପ୍ରତିବାଦରେ ଭଞ୍ଜନଗର-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଭଂଜନଗର- ବ୍ରହ୍ମପୁର ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିଥିଲା। ପରିବାର ଓ ଗ୍ରାମବାସୀଙ୍କ ସୂଚନା ପରେ ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ବେଲଗୁଣ୍ଠା ତହସିଲଦାର ଓ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଞ୍ଚି ମୃତକଙ୍କ ପରିବାର ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.