ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ, ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା : ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ । ରାଉରକେଲା ସେକ୍ଟର -୬ ଟେଲିଫୋନ ଭବନ ଦୂର୍ଗା ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଲକି ମହାରଣା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ରହିଛି । ଦୁର୍ଗାପୂଜା ପେଣ୍ଡାଲରେ ବାଉଁଶ ଏବଂ କାଠ ସହ ପେଣ୍ଡାଲ ସାମଗ୍ରୀ ଭରି ରହିଥିଲା । ହଠାତ ପେଣ୍ଡାଲରେ ଥିବା କାଠ ଏବଂ ବାଉଁଶରେ ନିଆଁ ଲାଗିଯାଇଥିଲା । ସେଠାରେ ଖେଳୁଥିବା ନାବାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।