ସୋର : ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସର କରୁଣ ଚିତ୍ର । ସାପ କାମୁଡ଼ାରେ ମୃତ ନାବାଳକକୁ ମୋବାଇଲ ଫୋନରେ ଝଡ଼ାଫୁଙ୍କା କଲା ଗୁଣିଆ । ଆମ୍ବୁଲାନ୍ସରେ ୨ ଘଣ୍ଟା ପଡ଼ି ରହିଲା ମୃତଦେହ । ବାଲେଶ୍ୱର ଜିଲ୍ଲା ପାଣିଶିଆଳି ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗତକାଲି ଜଗବନ୍ଧୁ ବେହେରାଙ୍କ ୧୩ ବର୍ଷର ପୁଅ ମନୋରଞ୍ଜନଙ୍କୁ ଏକ ସାପ କାମୁଡି ଦେଇଥିଲା ।
ଏହାପରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁତର ହେବାରୁ କଟକ ନେବା ରାସ୍ତାରେ ମୃତ୍ୟୁ ହୋଇଥିଲା l ଏହା ପରେ ମୃତଦେହକୁ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନା ସମ୍ମୁଖରେ ରଖିଥିଲେ ପରିବାର ଲୋକ l ଗୁଣିଆ ନିର୍ଦ୍ଦେଶରେ ଦୁଇ ଜଣ ବ୍ୟକ୍ତି ଆମ୍ବୁଲାନ୍ସରେ ଝଡ଼ାଫୁଙ୍କା କରିଥିଲେ l ପରେ ମୃତଦେହକୁ ଷ୍ଟ୍ରେଚର ନେଇ ହସ୍ପିଟାଲ ପରିସର ରଖି ଝଡା ଫୁଙ୍କା କରିଥିଲେ l ଗୁଣିଆ ଫୋନରେ ଝଡାଫୁଙ୍କା କରୁଥିଲା । ଫଳରେ ଆମ୍ବୁଲାନ୍ସରେ ୨ ଘଣ୍ଟା ପଡ଼ି ରହିଲା ମୃତଦେହ ।