ରାୟଗଡ଼ା: ନାବାଳକ ପୁଅ ଚଳାଇଲା କାର୍, ବାପା ଗଣିଲେ ୨୫ହଜାର ଟଙ୍କା ଜରିମାନା

ରାୟଗଡ଼ା : ନାବାଳକ ପୁଅ ଚଳାଇଲା କାର୍ ବାପା ଗଣିଲେ ଜରିମାନା। ବାପାଙ୍କୁ ୨୫ହଜାର ଟଙ୍କାର ଜରିମାନା ପରିବହନ ବିଭାଗକୁ ଦେବାକୁ ପଡିଛି। ରାୟଗଡ଼ା ସହରର କସ୍ତୁରୀ ନଗରରେ ରହୁଥିବା ସେକ୍ ତାପିରବୁଲ ତାଙ୍କ କାର୍ ଘର ବାହାରେ ରଖିଥିବା ସମୟରେ ପୁଅ ତାଙ୍କ ଅଜାଣତରେ ନେଇ ପଳାଇଥିଲା। ସାଙ୍ଗମାନଙ୍କ ସହ ମିଶି ରିଂ ରୋଡ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇଥିଲେ। କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଫଳରେ କିଛି ଲୋକ କାରକୁ ଅଟକାଇ ପୋଲିସ ଓ ପରିବହନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବହନ ଅଧିକାରୀ ପହ଼ଞ୍ଚି କାରକୁ ଜବତ କରିବା ସହ ଜରିମାନା ଆଦାୟ କରିଥିଲେ।