ଗଜପତି: ଗଣ୍ଡାହାତୀ ଜଳପ୍ରପାତରେ ଗାଧୋଇବା ହେଲା କାଳ, ଘାଇରେ ବୁଡି ନାବାଳକ ମୃତ

ଗଜପତି(କେନ୍ୟୁଜ୍):ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତରେ ଅଘଟଣ। ଗାଧୋଇବା ବେଳେ ଝରଣାର ଘାଇରେ ବୁଡି ନାବାଳକ ମୃତ । ମୃତ ୧୪ବର୍ଷୀୟ ନାବାଳକ ଜଣକ ଗଣ୍ଡାହାତୀ କ୍ରୀଷ୍ଟୀୟାନ ସାହିର ମେଥ୍ୟୁ ଘାଣ୍ଟା । ଆଜି କିଛି ସାଥିଙ୍କ ସହ ମେଥ୍ୟୁ ଗାଧୋଇବା ପାଇଁ ଯାଇ ଦିନ ସାଢେ ୧୧ ସମୟରେ ବୁଡି ଯାଇଥିଲେ। ଏସଂକ୍ରାନ୍ତରେ ଗାରବନ୍ଧ ପୋଲିସ ଖବର ପାଇ ରାୟଗଡ ଓ ପାରଳାଖେମୁଣ୍ଡି ଅଗ୍ନିଶମ ବାହୀନିକୁ ଖବର ଦେଇଥିଲା ।

ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ  ପହଞ୍ଚି ଖୋଜାଖୋଜି କରିବା  ପରେ ଅପରାହ୍ନ ୪ଟାରେ ମେଥ୍ୟୁ ମୁତ ଅବସ୍ଥାରେ ମିଳିଥିଲା। ଏନେଇ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗାରବନ୍ଧ ପୋଲିସ ଶବବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.