ଗାଧୋଉଥିବା ବେଳେ ପାଣିରେ ବୁଡି ନାବାଳକ ନିଖୋଜ, ଚାଲିଛି ଉଦ୍ଧାର କାର୍ଯ୍ୟ

ରାଉରକେଲା (କେନ୍ୟୁଜ): ପାଣିରେ ବୁଡି ନାବାଳକ ନିଖୋଜ। ଗାଧୋଉଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି ରାଉରକେଲା ରେଳବାଇ କଲୋନୀର ଜ୍ଞାନ ରଞ୍ଜନ ମହନନ୍ଦିଆ ।

ନାବାଳକ ଜଣଙ୍କ ନିଜ ପରିବାର ସହ ଗତକାଲି ଗଢିଆଟୋଲା ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ । କିଛି ସାଙ୍ଗଙ୍କ ସହ ଆରଏସପିରେ ଖୋଳା ଯାଇଥିବା ଏକ ଖାଦାନକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ । ଆଜି ସକାଳୁ ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.