ଚାର୍ଜିଂ ଲଗାଇ ମୋବାଇଲ ଗେମ ଖେଳିବା ହେଲା କାଳ, ବ୍ଲାଷ୍ଟ ହେବାରୁ ନାବାଳକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍):  ମୋବାଇଲକୁ ଚାର୍ଜରେ ଲଗାଇ ଗେମ ଖେଳିବା ହେଲା କାଳ।ମୋବାଇଲ ଫାଟି ନାବାଳକ ଗୁରୁତର।ଗୁରତର ନାବାଳକ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ । ସେ ମୋବାଇଲକୁ ଚାର୍ଜ ଲଗାଇ ଦିର୍ଘ ସମୟ ଯାଏଁ ଗେମ ଖେଳିବାରେ ବ୍ୟସ୍ତ ରହିଥିଲା।

ମୋବାଇଲଟି ଅତ୍ୟଧିକ ଗରମ ହେବା କାରଣରୁ ଫାଟି ଯାଇଥିବା ଅନୁମାନ କରାଯାଉଛି।ତେବେ ଗୁରୁତର ଅବସ୍ଥାରେ ଶ୍ରବଣକୁ ବାପା ଉଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ତାଙ୍କ ପେଟ ଓ ହାତରେ ମୋବାଇଲ ଫାଟିବାରୁ କାଚ ସବୁ ପଶିଯାଇ ଗଭିର ଆଘାତ ଲାଗିଛି।ତେବେ କେଉଁ କମ୍ପାନୀର ମୋବାଇଲଟି ଥିଲା ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.