ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ ନିକଟରେ ମୁଣ୍ଡରେ ହାତ ଦେଇ ବସିଛି ସ୍ୱାମୀ । ସେପଟେ ପୋଲ ତଳୁ ୬ ବର୍ଷର ଝିଅର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ଏ ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି । ତେବେ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ଛକ ନିକଟରେ ଘଟିଛି ।

ରାଇମଣି ଗାଁ ବିଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ କରାଯାଇଛି । ସେହିପରି ତାଙ୍କ ୬ ବର୍ଷ ଝିଅର ମୃତଦେହ ବଙ୍ଗାଳିସାହି ନିକଟ ବିଲରୁ ଠାବ କରାଯାଇଛି । ହତ୍ୟା ସନ୍ଦେହରେ ନାବାଳକଙ୍କୁ ପୁଲିସ୍‌ ଅଟକ ରଖିଛି ।

ତେବେ ମୃତକ ହେଉଛନ୍ତି ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷର ଝିଅ । ରାଇମଣି ନିକଟରେ ରହି ରାଜୁ ମୁଣ୍ଡା ଦିନ ମଜୁରିଆ ଭାବେ କାମ କରୁଥିଲେ । ଆଜି ସକାଳୁ ମା’ ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା’ ସୁକାନ୍ତି ମୁଣ୍ଡାଙ୍କ ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ।

ଏହି ଘଟଣାର କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ନିଖୋଜ ଖବର ଶୁଣିବାକୁ ମିଳିଥିଲା । ପରେ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ମୃତ ମହିଳାଙ୍କ ନିକଟରେ ଅଭିଯୁକ୍ତ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ କାବୁ କରିନେଇଥିଲେ ଆଉ ପୁଲିସକୁ ଜିମା ଦେଇଥିଲେ ।

ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିବା ସମୟରେ ଝିଅ ଦେଖିଦେବାରୁ ତାଙ୍କୁ ମଧ୍ୟ ସେ ହତ୍ୟା କରିଛି । ଏନେଇ ପୁଲିସ୍‌ ଘଟଣାର ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି ।

 

You might also like