ଅଧାରେ ରହିଗଲା ପାଠପଢା: ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ଘଟିଲା ଅଘଟଣ

ଗୁଣୁପୁର(କେନ୍ଯୁଜ): ଅଧାରେ ରହିଗଲା ପାଠପଢା । ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ପଥର ଧସି ଚାଲିଗଲା ଜୀବନ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତରେ ଅଭାବନୀୟ ଘଟଣା । ମୃତକ ହେଲେ କନ୍ଧପାଣ୍ଡୁରାଗୁଡା ଗାଁର ଅଦ୍ରିଆ ଜାଗରଙ୍ଗା ।

ନେଟଓ୍ଵାର୍କ ପାଇଁ ଅଦ୍ରିଆ ପାହାଡ ଉପରକୁ ଯାଇଥିବା ବେଳେ ପଥର ଧସି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଅଦ୍ରିଆ ତଳକୁ ଖସି ପଡିଥିଲେ । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଦ୍ରିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.