ଫ୍ରିଜ୍‌ ‌କମ୍ପ୍ରେସର ଫାଟି ନାବାଳକ ଗୁରୁତର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ନର୍ଲା(କେନ୍ୟୁଜ୍‌): ଆଜି ଦିନ ୧୨ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗାଁରେ ଏକ ଅଭାବନୀୟ ଗଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ୧୫ ବର୍ଷର ନାବାଳକ ଭବାନୀ ମାଝୀ ଫ୍ରିଜ୍‌ ପାଖରେ ଟିଆ ହୋଇଥିବା ସମୟରେ କୌଣସି କାରଣରୁ ଫ୍ରିଜ୍‌ ର କମ୍ପ୍ରେସର ଫାଟି ଯାଇଥିଲା। ଫଳରେ ସେଠାରେ ଛିଡା ହୋଇଥିବା ନାବାଳକ ଭବାନୀର ଗଳା ଓ ଛାତିରେ ଗଭୀର ଆଘାତ ଲାଗିବା ସହ ଗୁରୁତର ଆହତ ହୋଇପଡିଥିଲେ। ଘଟଣାସ୍ଥଳରେ ଆହତ ହୋଇଥିବା ନାବାଳକର ଚିକିତ୍ସା ପାଇଁ ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.