ମୟୁରଭଞ୍ଜ: ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ

କରଞ୍ଜିଆ(କେନ୍ୟୁଜ୍): କଅଁଳ ଶିଶୁଟିର ସେହି ନିରୀହ ମୁହଁକୁ ଦେଖିଲେ ଆଉ ତାର ଭବିଷ୍ୟତ କଥା ଭାବିଲେ ଆପଣଙ୍କ ଆଖି ଛଳ ଛଳ ହୋଇଉଠିବ । କିନ୍ତୁ ଆପଣ ଭାବୁଥିବେ ଏ ଛୁଆଟି ଜେଲକୁ କେମିତି ଯାଇପାରିବ । ହଁ ଆଜ୍ଞା ଇଏ ସିନା ବାଳୁତ ଶିଶୁ ହେଲେ ଦଣ୍ଡର ହକଦାର ଏବେ ତାର ବାପା ମାଆ । ଯାହାଙ୍କ ସହ ସେହି ଶିଶୁ ବି ଜୀବନ ବିତାଇବ ସେହି ଜେଲ ମଧ୍ୟରେ ।

ମୟୁରଭଞ୍ଜ କରଞ୍ଜିଆରୁ ଆସିଛି ଏପରି ଏକ ସମ୍ବେଦନଶୀଳ ଘଟଣା । କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁରୁ ଆସିଥିବା ଏ ଚିତ୍ର ବେଶ ବ୍ୟଥିତ କରୁଛି । ଗ୍ରାମର ମଙ୍ଗଲ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଜ୍ୟୋତି ଏବେ ହତ୍ୟାକାରୀ ଭାବରେ ଜେଲରେ ଜୀବନ ବିତାଇବେ । କିନ୍ତୁ ଦୁଖର କଥା ଏଇଆ  ସେମାନଙ୍କୁ ମିଳୁଥିବା ଦଣ୍ଡ ଏବେ କୁନିଛୁଆଟି ବି ଭୋଗିବ । ମାଆ ତାର ସଫା ସଫା କହିଦେଇଛି ମୁଁ ଯୁଆଡେ ଯିବି ମୋ ଛୁଆଙ୍କୁ ନେଇକି ଯିବି । ସେ ତେଣିକି ଜେଲ ବି ହଉ ।

 

ଯିଏ ଏଇ ବୟସରେ ଗାଁ ଦାଣ୍ଡରେ ହସି ଖେଳିବା କଥା ସିଏ ଆଜି ଜେଲରେ । ଏତେ ଛୋଟବେଳରୁ ଦୁନିଆକୁ  ଚିହ୍ନିନଥିବା ବେଳେ ଏବେ ସବୁକିଛି ହରେଇ ବସିଲା ଏହି ନିଶ୍ପାପ କଅଁଳ ମନ । ବାପା ମାଆ ପାଖରେ ତ ରହିବ, ହେଲେ ତା ଦିନରାତି ସେହି ଚାରିକାନ୍ଥ ଭିତରେ ଆରମ୍ଭ ହେବ ଆଉ ଶେଷ ବି ହେବ ।

ଘଟଣା ଅନୁସାରେ ଗତ ୨୫ ତାରିଖ ବିଳମ୍ବିତ ରାତିରେ ବାପା ଲୁଚନ ମୁଣ୍ଡା ନିଜ ପୁଅ ମଙ୍ଗଲକୁ ଜୀଵନରେ ମାରି ଦେବାପାଇଁ ଏକ ଧାରୁଆ କୁରାଢ଼ୀ ନେଇ ଆସିଲା । ଆଉ ପୁଅକୁ କହିଲା ବିଲରେ ଭଲ ମାଛ ପଡୁଛନ୍ତି ଆ ସେ ଯିବା । ହେଲେ ପୁଅ ମନା କରିଦେବାରୁ କୁରାଢ଼ୀ ସାହାଯ୍ୟରେ ନିଜ ପୁଅକୁ ଚୋଟ ପରେ ଚୋଟ ମାରି ଚାଲି ଲା । ଏହା ଦେଖି ସ୍ତ୍ରୀ ତାର କେମିତି ଚୁପ ବସିଥାନ୍ତା । ସେ ବି ଘଟଣା ସମୟରେ ସେହି ମାରଣା କୁରାଢୀକୁ ଛଡ଼ାଇବା କୁ ଚେଷ୍ଟା କଲା । ହେଲେସେ ଧାରୁଆ କୁରାଢୀରେ ଆହତ ବି ହେଲା ।

ଆଉ ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରତିଶୋଧ ପରାୟଣ ହୋଇ ନିଜ ବାପ କୁ ଆଣିଥିବା କୁରାଢ଼ୀ ସାହାଯ୍ୟରେ ହତ୍ୟା କରିଦେଲେ । କାଣ୍ଡ କରିବା ପରେ ୧୦୮ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ ।

ଖବର କୋଉ ଲୁଚିରୁହନ୍ତା । ଏକଥା ଜଣା ପଡିବା ପରେ କରଞ୍ଜିଆ ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହିତ ସାଇଣ୍ଟିଫିକ ଟି ମ ଦ୍ୱାରା ତଦନ୍ତ କରିଥିଲା । ପ୍ରାଥମିକ ତଦନ୍ତରୁ ପୁଅ ଏବଂ ବହୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ନିଜ ଦୋଷ ଶିକାର କରିବା ସହିତ ହତ୍ୟାରେ ବ୍ୟବହୃତ ଅସ୍ତ୍ର ପୋଲିସକୁ ଦେଇଛନ୍ତି । ଘଟଣାର ଏକ କ୍ରାଇମ ରିକ୍ରିଏସନ କରିବା ସହିତ ଉଭୟ ସ୍ୱାମୀ ସ୍ତ୍ରୀକୁ କୋର୍ଟ ଚାଲାଣ କରିଛି ପୋଲିସ।

 କୋର୍ଟ ନିୟମ ହିସାବରେ କେବେଳ କ୍ଷୀର ଖାଉଥିବା ଛୁଆକୁ ହିଁ କୋର୍ଟ ଗ୍ରହଣ କରିବ । ଯାହା ଫଳରେ ଏବେ ଚାରିଟି ଛୁଆ ବାପା ମା ଥାଇ ବାପା ମା ଛେଉଣ୍ଡ ପରି ଜୀଵନ ବିତାଉଛନ୍ତି । ସେମାନଙ୍କୁ ଅନାଥ ଆଶ୍ରମରେ ଥଇଥାନ କରାଯାଇଛି । ଆଉ ଶେଷରେ ୩ବର୍ଷର ଶିଶୁକୁ ସାଙ୍ଗରେ ଧରି ଜେଲ ହାଜତ ଭିତରକୁ ଯାଇଛନ୍ତି ଦୁହେଁ । ଦୁନିଆକୁ ଭଲ ଭାବରେ ଦେଖିନଥିବା ନିଷ୍ପାପଟେ କଣ ସେହି ଅନ୍ଧାର ମଧ୍ୟରେ ହଜିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.