ସାମାନ୍ୟ ବଚସା: ଘରୁ ଡାକି ନେଇ ନେଇ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

ଜଗତସିଂହପୁର: ଘରୁ ଡାକି ନେଇ ହତ୍ୟା । ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ । ଜଗତସିଂହପୁର କୁଜଙ୍ଗ ଥାନା ମଙ୍ଗରାଜପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମାକାନ୍ତ ବେହେରା ।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ୬ଜଣ ଯୁବକ ମଙ୍ଗରାଜପୁର ଖେଳପଡ଼ିଆରେ ବସିଥିଲେ । ସେମାନଙ୍କ ମଧ୍ୟରେ ରମାକାନ୍ତ ମଧ୍ୟ ଥିଲେ । ପୂର୍ବ ଝଗଡାକୁ ନେଇ ଅନ୍ୟ ୫ ଜଣ ରମାକାନ୍ତଙ୍କୁ ମାଡ ମାରିବା ସହ ଛୁରୀରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଆହୁରି ପଢ଼ନ୍ତୁ : ପ୍ରେମ ବ୍ୟାପାର ! ଗଛରୁ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର