ଲୁହା ଗ୍ରିଲ ତଳେ ଚାପି ହୋଇ ନାବାଳକ ମୃତ
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା କମାଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲୁହା ଗ୍ରିଲ ତଳେ ଚାପି ହୋଇ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳକ କାମରାଜୁ ସେଠୀଙ୍କ ମୃତ୍ୟୁ ହୋଇଛି l ସୂଚନା ମୁତାବକ କାମରାଜୁ ଗୁହାଳ ଘରେ ଖେଳୁଥିବା ସମୟରେ ପାଖରେ ରହିଥିବା ଗୋଟିଏ ଲୁହା ଗ୍ରିଲ ଅସାବଧାନତା ବଶତଃ ତାଙ୍କ ଉପରେ ପଡିଯାଇଥିଲା l ଫଳରେ କାମରାଜୁ ଅଚେତ ହୋଇପଡିଥିବା ବେଳେ ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l