ଭସାଣିରେ ବେଳେ ଛୁରାମାଡ଼, ଜଣେ ନାବାଳକ ମୃତ

ନବରଙ୍ଗପୁର : ଭସାଣିରେ ବେଳେ ଛୁରାମାଡ଼, ଜଣେ ମୃତ । ନବରଙ୍ଗପୁର ସହରରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଗୁରୁତର ହୋଇଛନ୍ତି  । ଗୁରୁତର ଆହତ ଦୁଇ ନାବାଳକ ହେଲେ ଦଣ୍ଡାସୀ ସାହିର ତେଜାବ ହରିଜନ, କିରଣ ଗାଦବା  । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଟାଉନ ପୋଲିସ  । ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ  । ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଟାଉନ ଥାନା ପୋଲିସ  ।

You might also like