ବିଷାକ୍ତ ସାପ କାମୁଡ଼ାରେ ନାବାଳକଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ): ବିଷାକ୍ତ ସାପ କାମୁଡ଼ାରେ ନାବାଳକର ମୃତ୍ୟୁ । ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅର୍ତ୍ତିଆ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ନାବାଳକ ହେଲେ ଗ୍ରାମର ବାଦଲ ମଲିକ । ଗତକାଲି ରାତିରେ ଘରେ ଶୋଇଥିବା ସମୟରେଏକବିଷାକ୍ତ ସାପ କାମୁଡ଼ିଥିବା ସୂଚନା । ତେବେ ପରିବାର ଲୋକ ବାଦଲକୁ ଅଚେତ ଅବସ୍ଥାରେ ଆଜି ସକାଳେ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ କୁଆଖିଆ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତ ବାଦଲ ସପ୍ତମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି ।