କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗାରେ ଭସା ଯାଇଥିବା ପଇସା ଆଣିବା ବେଳେ ନାବାଳିକାଙ୍କ ମୃତ୍ୟୁ

ମାଲକାନଗିରି: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ଡ଼ଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ନିକଟସ୍ଥ ଚମ୍ପାନଗରରେ ଗ୍ରାମରେ ଏପରି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଆଜି ଭୋର ସକାଳୁ ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ ନିଜର ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା ସଂଗ୍ରହ କରୁଥିବା ବେଳେ ସାବିତ୍ରୀ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଦୌଡ଼ି ପଳାଇଥିଲେ । କିନ୍ତୁ ଏ ନେଇ କାହାରିକୁ କିଛି କହି ନଥିଲେ। ସବିତ୍ରୀଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ସେ ପାଣିରେ ବୁଡି ଯାଇଥିବା ଖବର ପାଇଥିଲେ । ବହୁ ସମୟ ପରେ ପୋଖରୀରୁ ସବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସବୁଠି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆନନ୍ଦ ଉଲ୍ଲାସର ମାହୋଲ ଥିବା ବେଳେ ନାବାଳିକାଙ୍କ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଏହି ଘଟଣା ଯୋଗୁ ଗାଁରେ ଶୋକର ଛାୟା ଖେଳି ଯାଇଛି।

 

You might also like