ବରଗଡ ରେଲୱେ ଷ୍ଟେସନ ନିକଟ ଲଜରୁ ନାବାଳିକାର ମୃତଦେହ ଉଦ୍ଧାର, ଯୁବକଙ୍କ ସାଙ୍ଗରେ ଆସିଥିଲେ ବୁଲିବାକୁ

ବରଗଡ଼(କେନ୍ୟୁଜ୍):  ବରଗଡ ସହର ରେଲୱେ ଷ୍ଟେସନ ସ୍ଥିତ ବିଜୟ ଲଜରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ । ମୃତ ନାବାଳିକା ଜଣକ ଗାଇସିଲେଟ ଥାନା ଭେଲୁଆଁପଦର ଗାଁର ମିଶ୍ର ନାଗଙ୍କ ଝିଅ । ସେ ବରଗଡ ମହିଳା ମହାବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି । ମୃତ ଛାତ୍ରୀ ଆଜି  ସକାଳ ୬ ଟା ସମୟରୁ ବରଗଡ ଆସିଥିବା ବେଳେ ବସଷ୍ଟାଣ୍ଡରୁ ବଲାଙ୍ଗିର ଜିଲ୍ଲାର ରାହୁଲ ବାଗଙ୍କ ସହିତ ରେଲୱେ ଷ୍ଟେସନ ସ୍ଥିତ ବିଜୟ ଲଜକୁ ଯାଇଥିଲା । କିଛି ସମୟ ପରେ ରାହୁଲ ନାବାଳିକାଙ୍କୁ ଅସୁସ୍ଥ ଅବସ୍ଥାରେ ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

bargarh2

ଘଟଣା ପ୍ରଘଟ ହେବା ପରେ ଝିଅର ବାପା ଟାଉନ ଥାନାରେ ତାଙ୍କ ଝିଅକୁ ହତ୍ୟାକରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ବରଗଡ ଟାଉନ ପୋଲିସ ବିଜୟ ଲଜକୁ ଯାଇ ତଦନ୍ତ କରିବା ସହ ଲଜର କର୍ମଚାରୀ ମାନଙ୍କୁ ଥାନାକୁ ଆଣି ପଚରା-ଉଚୁରା ଚାଲିଥିବା ବେଳେ ସନ୍ଦେହ ଘେରରେ ରାହୁଲକୁ ମଧ୍ୟ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.