ସମ୍ବଲପୁର:ଗୋଇଲମୁଣ୍ଡି ଗାଁ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ୩ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ୍

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର କିସିଣ୍ଡା ଥାନା ଗିରିଶଚନ୍ଦ୍ରପୁର ପଞ୍ଚାୟତର ଗୋଇଲମୁଣ୍ଡି ଗାଁ ନିକଟରୁ ନାବାଳିକାଙ୍କ ମୃତଦେହ ଜବତ। ମୃତ ନାବାଳିକା ଜଣକ ଗୋଇଲମୁଣ୍ଡି ଗାଁର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ କିଛି କୁଇନାଇନ ଟାବଲେଟ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଘଟଣାକୁ ଏହାକୁ ନାବାଳିକାଙ୍କ ମୃତ୍ୟକୁ ନେଇ ଅନେକ ଆଶଙ୍କା ପ୍ରକାଶ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗତକାଲି ସଂଧ୍ୟାରେ ନାବାଳିକା ଜଣକ ୩ଜଣ ଯୁବକଙ୍କ ସହ ବୁଲୁଥିବା ଦେଖାଯାଇଥିଲା। ପରେ ସଂପୃକ୍ତ ୩ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି।