ଗଞ୍ଜାମ : ପାଟପଲ୍ଲୀ ଛକ ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ମୃତଦେହ ନିକଟରୁ ସ୍କୁଲ ବେଗ, ସାର୍ଟିଫିକେଟ, ଡ୍ରେସ ଓ ଚପଲ ଆଦି ଉଦ୍ଧାର କରାଯାଇଛି । ମୃତ ନାବାଳିକା ହେଉଛନ୍ତି ଗୁଣ୍ଡରିବାରି ଗାଁର ସନ୍ତୋଷିନି ଗୌଡ । ବୟସ ୧୫ ବର୍ଷ । ବାପାଙ୍କ ନାଁ ବାଳକ ଗୌଡ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନା ମୁତାବକ ସନ୍ତୋଷିନୀ ୨ମାସ ତଳେ ଅନ୍ୟଜଣେ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ସ୍ୱାମୀ ସହ ମତାନ୍ତର ହେବାରୁ ପୁଣି ବାପ ଘରକୁ ଫେରି ଆସିବା ପାଇଁ ଚାହୁଁଥିଲେ । ହେଲେ ସାମାଜିକ କଟକଣା ହେତୁ ବାପା ବାଳକ ଗୌଡ ଝିଅକୁ ଘରେ ପୁରାଇ ଦେଇନଥିଲେ । ଫଳରେ ଝିଅ ମାମୁଁ ଘରେ ଯାଇ ରହିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଏନେଇ ସନ୍ତୋଷିନି ଦୁଶ୍ଚିନ୍ତାରେ ଥିଲେ । ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତଦନ୍ତ କରୁଥିବା ଆସିକା ଏସଡିପିଓ କହିଛନ୍ତି । ଅନ୍ୟପଟେ ପୋଲିସ ସାଇଣ୍ଟିଫିକ ଟିମ ସହ ଓ ସନ୍ଧାନୀ କୁକୁର ସହାୟତରେ ତଦନ୍ତ ଜାରି ରଖିଛି ।