ଝଞ୍ଜାବତୀ ନଦୀରେ ଭାସିଯାଇଥିବା ଘଟଣା: ୭୨ ଘଣ୍ଟା ପରେ ମିଳିଲା ଝିଅର ମୃତଦେହ

କୋରାପୁଟ : କୋରାପୁଟ ଜିଲ୍ଲାର ଝଞ୍ଜାବତୀ ନଦୀରୁ ମିଳିଲା ନାବାଳିକାର ମୃତଦେହ । ଦୀର୍ଘ ୭୨ ଘଣ୍ଟାର ଅପରେସନ ପରେ ଆଜି ସକାଳେ ଓଡ୍ରାଫ ଟିମ୍‌ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଦୁଇ ଦିନ ତଳେ୧୪ ଘଣ୍ଟାର ଅପରେସନ ପରେ ମାର ମୃତଦେହ ଉଦ୍ଧାର କରିଥିଲା କୋରାପୁଟ ଓଡ୍ରାଫ ଟିମ୍ ।

ସୂଚନା ଅନୁସାରେ ରବିବାର ଦିନ କୋରାପୁଟ ଜିଲ୍ଲା ତାଲଗୁମାଣ୍ଡି ପଞ୍ଚାୟତର ଡକ୍ରିଘାଟି ଗାଁର ମୋତି ତାଡିଙ୍ଗ ନାମକ ମହିଳା ଗର୍ଭବତୀ ଥିବା କାରଣରୁ ପ୍ରସବ କାରଣରୁ ମା ଗୃହରେ ଭର୍ତ୍ତି ହୋଇଥିଲେ । ସନ୍ଧ୍ୟାରେ ଶୌଚ ସକାଶେ ମୋତି ଓ ତାଙ୍କ ୬ ବର୍ଷର ଝିଅ ସହ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ ।  ଏହି ସମୟରେ ଝିଅ ପାଣିରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ମୋତି ମଧ୍ୟ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ମା’ଝିଅ ଭାସି ଯାଇଥିବା କଥା ମହିଳାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। ପରେ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ। ଦୁଇଦିନ ତଳେ ମା’ର ମୃତଦେହ ମିଳିଥିଲା ବେଳେ ଆଜି ସକାଳେ ଝିଅ ମୃତଦେହ ଉଦ୍ଧାର କରାଯାଇଛି। ମୋତି ୮ମାସର ଗର୍ଭବତୀ ଥିଲେ ବୋଲି ସୂଚନା ରହିଛି।

 

You might also like