ସାପ କାମୁଡାରେ ଚାଲିଗଲା ନାବାଳିକାର ଜୀବନ

ବାସୁଦେବପୁର(କେନ୍ୟୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଂଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମରେ ସାପ କାମୁଡାରେ ୯ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ସେହି ଗ୍ରାମର ଚକ୍ରଧର ଦାସଙ୍କ ୯ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ବାପା ସହିତ ନିଜ ବାଡିରେ ଥିବା ଗବୁରୀ ଗଛରୁ ଫଳ ତୋଳୁଥିବା ବେଳେ ହଠାତ୍ ଏକ ବିଷଧର ସାପ କାମୁଡି ଦେଇଥିଲା ।

ଫଳରେ ଲକ୍ଷ୍ମୀପ୍ରିୟା ଚିତ୍କାର କରି ବାପାଙ୍କୁ ସାପ କାମୁଡି ଦେଇଛି କହି ସଂଜ୍ଞାହୀନ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ଏଠାରେ ଡାକ୍ତର ତାକୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.