ସାପ କାମୁଡ଼ାରେ ନାବାଳିକା ମୃତ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ଯୋଡ଼ା : ସାପ କାମୁଡ଼ାରେ ନାବାଳିକା ମୃତ । ମୃତକ ଯୋଡ଼ା ଥାନା ଜୁଗୁଡିଦର ଗାଁର ଶମ୍ଭୁ ଲାଗୁରୀଙ୍କ ସାତ ବର୍ଷର ଝିଅ ସେlନାଲୀ ଲାଗୁରୀ  । ସେlନାଲୀ ଘର ବାହାରେ ଖେଳୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା, ଯାହା ଫଳରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ହେଁ  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।